Below header

ଆପଣ ବି LICର “ଆରୋଗ୍ୟ ରକ୍ଷକ ପଲିସୀ” କରାଇ ନିଅନ୍ତୁ, ଅସୁସ୍ଥ ସମୟରେ ଆଉ ଟଙ୍କାର ଚିନ୍ତା ରହିବନି

ଆଜିର ସମୟ ଏମିତି ଚାଲିଛିଯେ ଟିକେ କଣ ଦେହ ଖରାପ ହେଲେ ହସ୍ପିଟାଲରେ ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଟଙ୍କା ଉଡିଯାଉଛି । ଆଉ ଯଦି ଆପଣ କୌଣସି ହେଲ୍ଥ ଇନ୍ସୁରାନ୍ସ କରିନାହାନ୍ତି ତେବେ ତ କଥା ସରିଲା । ତେଣୁ ବୁଦ୍ଧିମାନ ଲୋକେ ଆଗୁଆ ଇନ୍ସୁରାନ୍ସ କରାଇ ଦେବା ହିଁ ଲାଭଦାୟକ । ଆଉ ଏନେଇ ସବୁଠୁ ଭଲ ସୁଯୋଗ ଦିଏ ଲାଇଫ ଇନ୍ସୁରାନ୍ସ କମ୍ପାନୀ ବା ଏଲଆଇସି । ଯେଉଁଥିରେ ଆପଣ ଇନ୍ସୁରାନ୍ସ କରି ନିଜ ଭବିଷ୍ୟତ ସିକ୍ୟୁର କରିବା ସହିତ ଏକ ଭଲ ମେଡିକାଲ କଭର ବି ପାଇପାରିବେ । ଏଲଆଇସି ଦ୍ୱାରା ଜାରି କରାଯାଇଥିବା ଏହି ଇନ୍ସୁରାନ୍ସ କଭରର ନାଁ “ଇଣ୍ଡିଆନ ଲାଇଫ ଇନ୍ସୁରାନ୍ସ ଆରୋଗ୍ୟ ରକ୍ଷକ ପ୍ଲାନ” ରଖାଯାଇଛି । ଏହି ପ୍ଲାନର ଅନେକ ଉପଦେୟତା ରହିଛି । ଏହା ହେଉଛି ଏକ ନନ ଲିଙ୍କଡ଼, ନନ ପାର୍ଟୀସିପେଟିଙ୍ଗ, ଇଂଡିଭିଜୁଆଲ ହେଲ୍ଥ ଇନ୍ସୁରାନ୍ସ ସ୍କିମ । ଏହା ରେଗୁଲାର ପ୍ରିମିୟମ ସହିତ ହିଁ ମିଳିପାରିବ । ତେବେ ଆସନ୍ତୁ ଏହି ପ୍ଲାନ ବିଷୟରେ ଡିଟେଲରେ ଜାଣିରଖିବା ।

ଏଲଆଇସିର ଏହି ସ୍କିମରେ ଫିକ୍ସଡ଼ ହେଲ୍ଥ ଇନ୍ସୁରାନ୍ସ ମିଳିପାରୁଛି । ଆପଣ କୌଣସି ମେଡ଼ିକାଲ ଏମର୍ଜେନ୍ସି ସମୟରେ ଏହାର ଲାଭ ନେଇପାରିବେ । ଏନେଇ କେତେ ଗୁଡିଏ ସର୍ତ୍ତ ରଖାଯାଇଛି । ୧୮ ରୁ ୬୫ ବର୍ଷ ବୟସ୍କ ବ୍ୟକ୍ତିମାନେ ହିଁ ଏହି ପଲିସୀର ଧାରକ ହୋଇପାରିବେ । କୌଣସି ପ୍ରକାର ମେଡିକାଲ କେଶ ସମୟରେ ଆପଣଙ୍କୁ ପୁରା ଖର୍ଚ୍ଚ ଦେବାକୁ ପଡିବ ନାହିଁ । ଇନ୍ସୁରାନ୍ସ କରିଥିଲେ ଏଥିରୁ ମିଳୁଥିବା ଅର୍ଥରେ ଆପଣ ଅନେକ ଲାଭ ପାଇପାରିବେ । ଆପଣ କିମ୍ବା ଆପଣଙ୍କ ପରିବାରର କେହି ଯଦି କେବେ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ତେବେ ଅଧିକାଂଶ ଖର୍ଚ୍ଚ ଇନ୍ସୁରାନ୍ସ ଟଙ୍କାରୁ ହିଁ ଶୁଝିଯିବ ।

ଜଣାଇ ଦେବା ଉଚିତ ହେବକି ଏହି ପଲିସୀରେ ସ୍ୱାମୀ/ ସ୍ତ୍ରୀ , ବାପା- ମା, ପିଲାଙ୍କୁ ସାମିଲ କରିପାରିବେ । ଅର୍ଥାତ ଆପଣଙ୍କ ପୁରା ପରିବାର ଏଲଆଇସିର ଏହି ପଲିସୀର ଲାଭ ନେଇପାରିବେ । ଯଦି ଆପଣ ଆରୋଗ୍ୟ ରକ୍ଷକ ପଲିସୀ ନେଉଛନ୍ତି ତେବେ ଆପଣଙ୍କ ପିତା ମାତା ୮୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଭ ନେବା ସହ ପିଲାମାନେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଏହାର ଫାଇଦା ନେଇପାରିବେ । ଆଉ ମଧ୍ୟ ଏହି ପଲିସୀର ଧାରକ ହୋଇଥିଲେ ଆପଣ କୌଣସି ପ୍ରକାର ଦୁର୍ଘଟଣା ବା ଆକସିଡେଣ୍ଟ ସମୟରେ ଲାଭ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.