ଦେହ ସାରା ଘା’ ଭର୍ତ୍ତି କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ, ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ମିକି

ମୋହନା (କେନ୍ୟୁଜଓଡିଶା) : କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ। ଦେହ ସାରା ଘା’ ଭର୍ତ୍ତି। ନିଜ ଅବସ୍ଥାକୁ ଦେଖି ସହିପାରୁନି ମିକି। କାହିଁକିନା ମିକି ନିଜ ସହ ବହିଚାଲିଛି ଅସହ୍ୟ କଷ୍ଟ ଯନ୍ତ୍ରଣା। ସତରେ କଣ ଏମିତି କିଏ କଷ୍ଟ ପାଏ। ଏତେ ଛୋଟ ବୟସରୁ ଦୁନିଆ କଣ ବୁଝିବା ଆଗରୁ ଯନ୍ତ୍ରଣାରେ ଛଟପଟ ହେଉଛି ମିକି। ରୋଗ କଣ ବୁଝେ କିଏ ଧନୀ କିଏ ଗରିବ, କାହା ପାଖେ ଚିକିତ୍ସା ପାଇଁ ଟଙ୍କା ଅଛି କି ନାହିଁ ତାହା ବୁଝେନି ରୋଗ। ଏଥିପାଇଁ ତ ଚାରି ବର୍ଷ ହେଲା ଦେହ ସାରା ଭର୍ତ୍ତି ହୋଇଥିବା ଘାଆକୁ ଭଲ କରିପାରୁନାହାଁନ୍ତି ମିକିର ପରିବାର। ପାଠ ପଢ଼ୁଥିଲା ଆଉ ନିଜ ସ୍ୱପ୍ନକୁ ପୂରଣ କରିବାକୁ ଇଚ୍ଛା ରଖିଥିଲା ମିକି। କିନ୍ତୁ ହଠାତ୍ ସବୁକିଛି ଯେମିତି ଓଲଟପାଲଟ ହୋଇଗଲା। ମିକିର ପାଠପଢ଼ାରେ ଲାଗିଗଲା ଡୋରି। ଆଉ ଜୀବନର ରେଖା ସବୁ ଯେମିତି ବଳଦିଗଲା ମିକିର ଭାଗ୍ୟରେ।
ଏ ହେଉଛନ୍ତି ଗଜପତି ଜ଼ିଲ୍ଲା ମୋହନା ବ୍ଲକ କାଳିଆପଟ୍ଟା ଯାତ୍ରୀ ବିଶ୍ରାମ ଗାର ନିକଟରେ ଏକ ଛୋଟିଆ କୁଡ଼ିଆ ରେ ରହୁଥିବା ୧୩ ବର୍ଷର ନାବାଳିକା ମିକି ମଳିକ। ବାପା, ମା, ଭାଇ ଏବଂ ତିନି ଭଉଣୀଙ୍କୁ ନେଇ ମିକିର ପରିବାର। ମିକି ଛୋଟ ବେଳେ ହଷ୍ଟେଲରେ ରହି ପାଠ ପଢୁଥିଲା ତୃତୀୟ ଶ୍ରେଣୀରେ ପଢିଲା ବେଳେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଲା ପରେ ତାର ଦେହର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଘା ହୋଇଗଲା। ପରିବାର ଲୋକ ମିକିକୁ ହଷ୍ଟେଲରୁ ଆଣି ବିଭିନ୍ନ ସ୍ଥାନରେ ଡାକ୍ତରଙ୍କୁ ଦେଖାଇବା ସହ ଚେରମୂଳ ଚିକିତ୍ସା ମଧ୍ୟ କରାଇଥିଲେ। କିନ୍ତୁ କୌଣସି ସୁଫଳ ମିଳିଲାନି ବରଂ ଦିନକୁ ଦିନ ଦେହ ଅଧିକରୁ ଅଧିକ ଖରାପ ହେବାରେ ଲାଗିଲା। ଦୀର୍ଘ ଚାରି ବର୍ଷ ଧରି ଏଭଳି କଷ୍ଟ ସାଧ୍ୟ ଜୀବନ ବିତାଉଛି ମିକି। ତାର ମେରୁଦଣ୍ଡ ବଙ୍କା ହୋଇଯିବା ସହ ଚାଲିବା ପାଇଁ ମଧ୍ୟ ଅକ୍ଷମ ହୋଇଗଲାଣି ମିକି।
ପରିବାରର ଆର୍ଥିକ ସମସ୍ୟା ସ୍ଵଛଳ ନ ଥିବା ବେଳେ କୁଲି କାମ କଲେ ପରିବାରର ଚୁଲି ଜଳିଥାଏ। ମିକିଙ୍କ ଦୁୁଃଖ ବିଷୟରେ କେନ୍ୟୁଜ ଖବର ପାଇବା ପରେ ଆମର ପ୍ରତିନିଧି ପହଁଚିଥିଲେ ମିକିଙ୍କ ପାଖରେ। ସମସ୍ତ ଦୃଶ୍ୟ ନିଜ କ୍ୟାମେରା ରେ କଏଦ କରିବା ସହ ମିକିକୁ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ଆମ ପ୍ରତିନିଧି। ମିକିର ପୂର୍ଵରୁ ହୋଇଥିବା ଚିକିତ୍ସା ସମ୍ବନ୍ଧୀୟ ମେଡିକାଳ ରିପୋର୍ଟ ଦେଖିବା ସହ ଏକ ଡାକ୍ତରୀ ଦଳ ମିକିର ପରୀକ୍ଷା ନିରୀକ୍ଷା କଲେ। ପରୀକ୍ଷା ପରେ ଜଣାପଡିଥିଲା ଯେ ମିକିଙ୍କୁ ଅସ୍ଥିଯକ୍ଷ୍ମା ରୋଗ ବା ବୋନ୍ ଟି. ବି ହୋଇଛି। ତାର ଅଧିକ ଚିକିତ୍ସା ଦରକାର, ଏବଂ ଟଙ୍କା ମଧ୍ୟ ଦରକାର l ତେଵେ ଏହି ଗରିବ ଶ୍ରେଣୀର ପରିବାର ପାଇଁ ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ନୁହେଁ କି ସରକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରକୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ମିଳିନାହିଁ।
ତେଣୁ ସମସ୍ୟା ନେଇ ଆମେ ଗଜପତି ଜ଼ିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସହ ସମ୍ପର୍କ କରିଥିଲୁ। ଆମ ପାଖରୁ ମିକିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପରେ ସଙ୍ଗେ ସଙ୍ଗେ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ମିକିର ପ୍ରାଥମିକ ଚିକିତ୍ସା ପାଇଁ ରେଡ଼କ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି l ଆଗାମୀ ଦିନରେ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମିକିର ଚିକିତ୍ସା ପାଇଁ ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। କଅଁଳ ବୟସରେ ଜୀବନ ସହ ସଂଗ୍ରାମ କରୁଥିବା ମିକିକୁ ଯଦି ଆପଣ କିଛି ସାହାଯ୍ୟ କରିବାକୁ ଯାଉଛନ୍ତି ତାହେଲେ ଏହି ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଜରିଆରେ ସହଯୋଗ କରିପାରିବେ।
ନାମ – ଝୁନୁ ମଳିକ
Account number – 36520310617
Ifsc- sbin 0012115
ଗ୍ରାମ – କାଳିଆପଟା
ବ୍ଲକ -ମୋହନା
ଜ଼ିଲ୍ଲା – ଗଜପତି