Below header

ଶ୍ୱାସ ନେବାରେ ଅସୁବିଧା ହେଉ ବା ଗଣ୍ଠି ଦରଜ,ଶୀତ ଦିନେ ଖାଆନ୍ତୁ ପାଣି ସିଂଘଡା, ମିଳିବ ଏହି ଫାଇଦା

ସିଂଘଡ଼ାରେ କ୍ୟାଲସିୟମ,ଭିଟାମିନ ବି-୬, ପୋଟାସିୟମ ଓ କପର ଭଳି ଗୁଣକାରୀ ତତ୍ତ୍ୱ ରହିଛି । ଯେଉଁଥିପାଇଁ ବହୁତ ଲୋକେ ଏହାକୁ ପେଶି କରି ଅଟା ବନାଇ ବ୍ୟବହାର କରିଥାନ୍ତି । ଆଜି ଆସନ୍ତୁ ଜାଣିବା ସିଂଘଡ଼ା ଖାଇବାର ଜବରଦସ୍ତ ଫାଇଦା । ଶୀତ ଦିନରେ ବଜାରରେ ସିଂଘଡା ବା ପାଣି ସିଂଘଡ଼ା ଖୁବ୍‌ ମଳିଥାଏ । ତେବେ ଜାଣନ୍ତି କି ସିଂଘଡ଼ାରେ ଶରୀରକୁ ଫାଇଦା ପହଞ୍ଚାଇବା ବାଲା କ’ଣ ସବୁ ଭିଟାମିନ ରହିଛି । ଏହା ଶରୀରରେ ନିମ୍ନ ଲିଖିତ ଫାଇଦା ସବୁ ଦେଇଥାଏ ।

ସିଂଘଡ଼ାରେ ପାଆନ୍ତୁ ଏହିସବୁ ଜବରଦସ୍ତ ଲାଭ

୧. ଆଜମା ରୋଗୀଙ୍କର ଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏମାନଙ୍କ ପାଇଁ ସିଂଘଡ଼ା ବହୁତ ଲାଭକାରୀ ହୋଇଥାଏ । ଡାକ୍ତର କୁହନ୍ତି, ନିୟମିତ ସିଂଘଡ଼ା ଖାଇବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ରୋଗରୁ ଆରାମ ମିଳିଥାଏ ।

୨. ସିଂଘଡ଼ାରେ କ୍ୟାଲସିୟମ ଭରପୁର ଥିବାରୁ ଆପଣଙ୍କ ହାଡ଼ରେ ଜୀବନ ସଂଚାର କରିଥାଏ । ଏହାକୁ ଖାଇବା ଦ୍ୱାରା ଓଷ୍ଟୋପୋରାସିସ ବା ଆର୍ଥରାଇଟିସ ଆଦି ରୋଗରୁ ଆରାମ ମିଳିଥାଏ । ହାଡ଼ ବ୍ୟତୀତ ଏହା ଆପଣଙ୍କ ଦାନ୍ତ ଓ ଆଖି ପାଇଁ ଲାଭକାରୀ ହୋଇଥାଏ ।

୩. ଗର୍ଭବତୀ ମହିଳାଙ୍କ ପାଇଁ ସିଂଘଡ଼ା ବହୁତ ଲାଭକାରୀ ହୋଇଥାଏ । ଶିଶୁ ଓ ମା’ର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ ହୋଇଥାଏ । ଏହାଦ୍ୱାରା ପିରିୟଡସ ଓ ଗର୍ଭପାତ ସମସ୍ୟାରୁ ସହାୟତା ମିଳିଥାଏ ।

୪. ଶରୀରରେ ବ୍ଲଡ ସର୍କୁଲେସନ ସମସ୍ୟାରେ ମଧ୍ୟ ସିଂଘଡ଼ା ସହାୟକ ହୋଇଥାଏ । ପରିଶ୍ରା ସହ ଜଡ଼ିତ ରୋଗରୁ ମଧ୍ୟ ଏହା ଚମତ୍କାରୀ କାମ କରିଥାଏ । ଥାଇରଡ଼ ପାଇଁ ମଧ୍ୟ ଏହା ଲାଭକାରୀ ହୋଇଥାଏ । ୧୦୦ ଗ୍ରାମ ସିଂଘଡ଼ାରେ  ୬ ପ୍ରତିଶତ ଭିଟାମିନ ସି ଓ ୧୫ ପ୍ରତିଶତ ଭିଟାମିନ ବି-୬ ମିଳିଥାଏ ।

୫. ସିଂଘଡ଼ା ଫାଟି ଯାଇଥିବା ହାଡ଼କୁ ମଧ୍ୟ ଠିକ କରିବାରେ ସହାୟକ ହୋଇଥାଏ ।

୬. ସିଂଘଡ଼ାରେ ଆୟୋଡିନ ଥିବାରୁ ଗଳା ସମ୍ବନ୍ଧୀୟ ରୋଗରୁ ଏହା ରକ୍ଷାକରିଥାଏ । ଏଥିରେ ଥିବା ପଲିଫେନ୍‌ଲସ ଓ ଫ୍ଳୋବୋନାଏଡ ଯୋଗୁ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ଭାଇରାଲ, ଆଣ୍ଟି ଫୁଙ୍ଗାଲ ଓ ଆଣ୍ଟି କ୍ୟାନ୍ସର ଫୁଡ଼ ବୋଲି କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.