କଣ, ଲକ୍‌ରେ ରହିବାକୁ ଚାହୁଁଛନ୍ତି ନା ସ୍ୱାଭାବିକ ଜୀବନ ଦରକାର ?

ଆସନ୍ତାକାଲି ଦେଶରେ ସରିବ ଲକ୍‌ଡାଉନ୍‌-୨ । ତେବେ ପୁଣି ୪ ତାରିଖରୁ ଆରମ୍ଭ ହେବ ଲକ୍‌ଡାଉନ୍‌-୩। ଲୋକେ ଏହାକୁ ନେଇ ଅସନ୍ତୁଷ୍ଟ ଥିବେ ନିଶ୍ଚୟ । ହେଲେ ଭଲ କରି ଯଦି ବୁଝିବେ ଏହି ତିନି ନମ୍ବରଟି ଲକ୍‌ଡାଉନ୍‌ ନୁହେଁ ଲକ୍‌ ଓପନ୍‌ କହିଲେ ଭୁଲ ହେବ ନାହିଁ । କାରଣ ବିଭିନ୍ନ ଜୋନ୍‌ ଅନୁଯାୟୀ କଣ ଖୋଲିବ ଓ କଣ ବନ୍ଦ ରହିବ ତାକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଆଜି ରାଜଧାନୀରେ ଅନେକ ଦୋକାନ ଖୋଲିଥିବା ଦେଖା ଯାଇଛି ।

ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଖୋଲିଛି । ହୁଏତ ସୋମବାର ଠାରୁ ଆଉ କିଛି ଘରୋଇ ଅଫିସ୍‌ ଖୋଲିବ । ତେଣୁ ତୃତୀୟ ଦଫାକୁ ଲକ୍‌ଡାଉନ୍‌ ନୁହେଁ ଲକ୍‌ ଓପନ୍‌ କହିଲେ ଠିକ୍‌ ହେବ । ଆଉ ଯଦି ଆମେ ସାମାଜିକ ଦୂରତା ନିୟମକୁ ମାନି ଚଳିବା ତେବେ ରାଜଧାନୀ ଭୁବନେଶ୍ୱର ବା ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରୁ ମୁକ୍ତି ପାଇବ ଏବଂ ଆମ ପାଇଁ ଆଉ କିଛି ଲକ୍‌ ଖୋଲିଯିବ ।
ତେଣୁ ଏହା ସ୍ପଷ୍ଟ ଯେ ଆମ ସୁରକ୍ଷା ଆମ ହାତରେ । ଆମେ ଚାହିଁଲେ ନିଜେ ନିୟନ୍ତ୍ରଣରେ ରହି କରୋନାକୁ ହରାଇ ପାରିବା ଏବଂ ସ୍ୱାଭାବିକ ଜୀବନ ବିତାଇ ପାରିବା ।

Leave A Reply

Your email address will not be published.