Below header

ସରକାରଙ୍କ ନିର୍ଦ୍ଦେଶ: ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କରିବେ ବିଭିନ୍ନ ମଦ ଫ୍ୟାକ୍ଟ୍ରି, 45ଟି କମ୍ପାନୀକୁ ଦିଆଗଲା ଲାଇସେନ୍ସ

କରୋନା ଲଢେଇରେ ସବୁଠାରୁ ଅଧିକ କାମରେ ଆସୁଥିବା ଜିନିଷ ହ୍ୟାଣ୍ଡ ସାନିଟାଇଜରର ଉତ୍ପାଦନ ବୃଦ୍ଧି ପାଇଁ ସରକାର କେତେକ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ଉତ୍ତମ ପଦକ୍ଷେପ ହେଉଛି, ମଦ ତିଆରି କରୁଥିବା 45 ଫ୍ୟାକ୍ଟ୍ରିକୁ ଏବେ ସାନିଟାଇଜର ଉତ୍ପାଦନ ଲାଗି ଲାଇସେନ୍ସ ଦିଆଯାଇଛି । ଉପଭୋକ୍ତା ମନ୍ତ୍ରାଳୟ ମୁତାବକ, ବର୍ତ୍ତମାନ କିଛି ଫ୍ୟାକ୍ଟ୍ରି ନିଜର କାମ ଆରମ୍ଭ କରିଦେଇଛନ୍ତି । ଖୁବଶୀଘ୍ର ଆହୁରି 55ଟି ଫ୍ୟାକ୍ଟ୍ରିଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ।

a2

କେବଳ ମଦ ଫ୍ୟାକ୍ଟ୍ରି ନୁହେଁ, ଅନ୍ୟ ବସ୍ତୁ ଉତ୍ପାଦନ କରୁଥିବା 562 କମ୍ପାନୀକୁ ମଧ୍ୟ ସାନିଟାଇଜର ଉତ୍ପାଦନର ଲାଇସେନ୍ସ ଦିଆଯାଇଛି । ଏଠାରେ ବି କାମ ଆରମ୍ଭ ହୋଇଯାଇଛି । ସରକାର ସାନିଟାଇଜର ତିଆରିରେ ଲାଗିଥିବା କମ୍ପାନୀଗୁଡିକୁ 3ଟି ସିଫ୍ଟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରି କମ ଦିନରେ ଅଧିକରୁ ଅଧିକ ଉତ୍ପାଦନ ହୋଇପାରିବ । ଏହାସହିତ ସାନିଟାଇଜର ଉତ୍ପାଦନ ନେଇ ଅନୁମତି କିମ୍ବା ଲାଇସେନ୍ସ ଦେବାରେ ଆସୁଥିବା କୌଣସି ବି ପ୍ରକାରେ ପ୍ରଶାସନିକ ବାଧାକୁ ତୁରନ୍ତ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ସରକାର ସାନିଟାଇଜରର ମୂଲ୍ୟ ପୂର୍ବରୁ ହିଁ ଧାର୍ଯ୍ୟ କରି ସାରିଛନ୍ତି । 200 ml ସାନିଟାଇଜରର ଦାମ ସରକାରଙ୍କ ତରଫରୁ 100 ଟଙ୍କା କରାଯାଇଛି ଏବଂ ଏହାକୁ ଆବଶ୍ୟକ ବସ୍ତୁ ଆଇନ ଅଧୀନ ଆବଶ୍ୟକ ବସ୍ତୁ ଶ୍ରେଣୀରେ ସାମିଲ କରାଯାଇଛି । ଏହି ନିୟମ ଉଲ୍ଲଂଘନ ପାଇଁ 7 ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.