Below header

ଆଇସିଏମ୍‌ଆର୍‌ କହିଲା: ଲକ୍ଷଣ ନଥିଲେ ବି ଆପଣଙ୍କ ଦେହରେ ଥାଇପାରେ କରୋନା ଭାଇରସ୍‌, ୮୦ ପ୍ରତିଶତ ମାମଲାରେ ଲକ୍ଷଣ ପ୍ରକାଶ ପାଉନି

କରୋନା ଭାଇରସ୍‌ର ସଂକ୍ରମଣକୁ ନେଇ ଗବେଷଣା ଜାରି ରହିଛି । ତେବେ କରୋନାକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍‌ନାକୁ ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୫୩ ନୂଆ ମାମଲା ଆସିଛି ଓ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭୨୬୨ ରେ ପହଞ୍ଚିଲାଣି ।

ଭାରତ ପାଇଁ ଚିନ୍ତାଜନକ କଥା ହେଉଛି ଏଠାରେ ପ୍ରାୟ ୮୦ ପ୍ରତିଶତ କରୋନା ସଂକ୍ରମିତ ଲୋକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଏ ନାହିଁ । ଏହା କହିଛନ୍ତି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ର ବରିଷ୍ଠ ବୈଜ୍ଞାନିକ ଆର୍‌ ଗଙ୍ଗାଖେଡକର ।

icmr r gangakhedkar

ସାଧାରଣତଃ କଫ,କାସ ଓ ଜ୍ୱର ଲକ୍ଷଣ ପ୍ରକାଶ ପାଇଲେ କରୋନା ସଂକ୍ରମଣ ବୋଲି ଧରାଯାଇଥାଏ । ହେଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଯେତେ ମାମଲା ଆସିଛି ସେଠାରେ କରୋନାର କୈାଣସି ଲକ୍ଷଣ ପ୍ରକାଶ ପାଇନାହିଁ ବୋଲି ବୈଜ୍ଞାନିକ ଆର୍‌ ଗଙ୍ଗାଖେଡକର ପ୍ରକାଶ କରିଛନ୍ତି ।

ତେଣୁ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆକଳନ କରିବା କଷ୍ଟକର ହେବ । ଏ ପରିସ୍ଥିତିରେ ଲକ୍‌ଡାନ୍‌ ହିଁ କେବଳ ଏକମାତ୍ର ବିକଳ୍ପ ବୋଲି ଆର୍‌ ଗଙ୍ଗାଖେଡକର କହିଛନ୍ତି । ଏହା ଜାଣିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବଡ଼ ଚିନ୍ତାରେ ପଡିଯାଇଛନ୍ତି ।

ଲକ୍ଷଣ ପ୍ରକାଶ ପାଉ ନଥିବାରୁ ଏବେ କାହା ଦେହରେ ଭାଇରସ୍‌ ଅଛି ଜାଣିବା କଠିନ ହେଉଥିବାରୁ ସଂକ୍ରମଣକୁ ରୋକିବା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.