Below header

କରୋନାରେ କାହିଁକି ଅଧିକ ଶିକାର ହେଉଛନ୍ତି ଆମେରିକାର ଲୋକେ ? ଜାଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଗବେଷକ

କରୋନା ପାଇଁ ଏବେ ସବୁ ସ୍ଥାନରେ ଆତଙ୍କ ଦେଖିବାକୁ ମିଳୁଛି । ଯେକେହି ବି ନିଜକୁ ଏହି ମହାମାରୀ କବଳରୁ ବଞ୍ଚାଇବାକୁ ଚାହୁଁଛି । ଆଜିକାଲି ଏହି ଭାଇରସ୍ ଉପରେ ବୈଜ୍ଞାନିକମାନେ ଲଗାତାର ରିସର୍ଚ୍ଚ ଜାରି ରଖିଛନ୍ତି । ଅନେକ ଗବେଷକ ଏହାର ଭ୍ୟାକ୍ସିନ ବନାଇବାରେ ଦିନରାତି ଏକ୍ କରିଦେଇଥିବା ବେଳେ ଗବେଷଣା ସମୟରେ ଏକ ନୂଆ ତଥ୍ଯ ସାମ୍ନାକୁ ଆସିଛି । ଏହି ତଥ୍ଯ ଅନୁଯାୟୀ ଅଧିକାଂଶ ଆମେରିକାନ-ଆଫ୍ରିକାନ୍ ଲୋକ ଅତିଶୀଘ୍ର କରୋନାରେ ପୀଡିତ ହେଉଛନ୍ତି । ଯେଉଁ କାରଣରୁ ଏହି ବେମାରୀରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ 68 ପ୍ରତିଶତ କେବଳ ଆମେରିକାନ-ଆଫ୍ରିକାନ୍ ଅଟନ୍ତି ।

कोरोना के ज्यादा शिकार अमेरिकन लोग क्यों? जानिए इसके पीछे की वजह

କଣ ରହିଛି କାରଣ

ଟପ୍ ସର୍ଜନ୍ ଜେରୋମ୍ ଏଡମଙ୍କ କହିବା ଅନୁଯାୟୀ ଏହି ଲୋକମାନେ ଅଧିକାଂଶ ଡାଇବେଟିସ, ଫୁସଫୁସ୍ ଏବଂ ହାର୍ଟ ରୋଗରେ ପୀଡିତ ଥାଆନ୍ତି । ସେଥିପାଇଁ ଏମାନଙ୍କ ଇମ୍ୟୁନ ସିଷ୍ଟମ ବହୁତ ଦୁର୍ବଳ ରହିଥାଏ ଯାହାକି କୌଣସି କୀଟାଣୁ ସହ ଲଢିବା ପାଇଁ ସକ୍ଷମ ହୋଇନଥାଏ । ଏହାସହିତ ସେ କହିଥିଲେ ଯେ ଆମେରିକାନ-ଆଫ୍ରିକାନ୍ ମାନଙ୍କୁ କରୋନା ଭାଇରସ୍ ପାଇଁ ସବୁଠାରୁ ଅଧିକ ବିପଦ ରହିଛି କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ଏ କଥାକୁ ନେଇ କୌଣସି ପ୍ରମାଣ ମିଳିନାହିଁ । ସୁଚନା ଅନୁଯାୟୀ ଜେରୋମ୍ ଏଡମ ନିଜେ ଜଣେ ଆଫ୍ରିକାନ୍ ଅଟନ୍ତି । ସେ ଅଧିକାଂଶ ସମୟ ଆମେରିକାରେ ରହିଥାନ୍ତି ଏବଂ ସେ ନିଜେ ବ୍ଲଡ଼ପ୍ରେସର୍ ଓ ଆସ୍ଥମା ରୋଗରେ ପୀଡିତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.