ବାଲେଶ୍ବର: ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବାଲେଶ୍ବର: ଲକ୍ ଡାଉନ୍ ବେଳେ ହତ୍ଯା ଅଭିଯୋଗ । ଏଭଳି ଘଟଣା ସାମନାକୁ ଆସିଛି ବାଲେଶ୍ବରରୁ । ଏଠାରେ ଜଣେ ଯୁବକଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ଶେଖପାଟଣା ଅଞ୍ଚଳର ଚକ୍ରଧର ବାରିକ । ତେବେ ଏନେଇ ଖବର ପାଇବା ପରେ ସଦର ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ଯବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.