ରାଜ୍ଯରେ ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ : ଭୁବନେଶ୍ବର ଏବଂ ଜଗତସିଂହପୁର ହେଲା କରୋନା ମୁକ୍ତ

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ୪୦, ଜଗତସିଂହପୁରରେ ୫, ମୟୂରଭଞ୍ଜରେ ୪, ଭୁବନେଶ୍ୱର ୩, ବଲାଙ୍ଗିରରୁ ୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡାରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆରୋଗ୍ୟ ଲାଭ କଲେଣି ।

ଏହାଭିତରେ ସବୁଠୁ ଖୁସି ଖବର ହେଉଛି କି ଭୁବନେଶ୍ବର ଏବଂ ଜଗତସିଂହପୁର କରୋନା ମୁକ୍ତ ହୋଇଛି । ଏଠାରେ ଚିକିତ୍ସିତ ହେଉଥିବା ସମସ୍ତ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.