Below header

WHO ଉପରେ ଡୋନାଲ୍ଡ ଟ୍ରମ୍ପ ଆଣିଲେ ଗମ୍ଭିର ଆରୋପ, ଏବେ ଫଣ୍ଡିଙ୍ଗ ଉପରେ ଲଗାଇବେ ରୋକ୍

କରୋନା ଭାଇରସ୍ କାରଣରୁ ଆମେରିକାରେ ସ୍ଥିତି ଦିନକୁ ଦିନ ଗମ୍ଭିର ହେବାରେ ଲାଗିଛି । ଏପରିସ୍ଥଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ WHO ଉପରେ ଗମ୍ଭିର ଆରୋପ ଲଗାଇବା ସହ ଫଣ୍ଡିଙ୍ଗ ରୋକିବା ପାଇଁ କହିଛନ୍ତି ।

ଟ୍ରମ୍ପଙ୍କ କହିବା ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକାଠାରୁ ଅଧିକ ମାତ୍ରାରେ ଫଣ୍ଡିଙ୍ଗ ମିଳିଥାଏ । ତେବେ ସେମାନେ ମୋର ଯାତ୍ରା ଉପରେ ପ୍ରତିବନ୍ଧ ଲଗାଇବା ସହିତ ସମାଲୋଚନା ଏବଂ ଅସହମତି ମଧ୍ୟ ପ୍ରଦାନ କରିଥିଲେ । ଏହାସହିତ ସେମାନେ ଆହୁରି ଅନେକ କ୍ଷେତ୍ରରେ ମଧ୍ଯ ଭୁଲ ଅଟନ୍ତି ଏବଂ ସେମାନେ ଅଧିକ ଚୀନକୈନ୍ଦ୍ରିକ ଲାଗନ୍ତି । ଆମେ WHO ଉପରେ ଖର୍ଚ୍ଚ କରୁଥିବା ରାଶି ଉପରେ ରୋକ ଲଗାଇବାକୁ ଯାଉଛୁ । ସୁଚନା ଅନୁଯାୟୀ ବର୍ତ୍ତମାନ୍ କରୋନା ଯୋଗୁଁ ଆମେରିକା ସବୁଠାରୁ ବେଶି ପ୍ରଭାବିତ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.