ନ୍ୟୁୟର୍କର ବ୍ରୋଙ୍କ୍‌ସ ଚିଡିଆଖାନାରେ ଏକ ବାଘ କରୋନା ଆକ୍ରାନ୍ତ ହେବାପରେ ଏବେ ସମସ୍ତ ଚିଡିଆଖାନାରେ ହାଇଆଲର୍ଟ

ନୂଆଦିଲ୍ଲୀ: ଚିଡିଆଖାନାରେ ହାଇଆଲର୍ଟ। ନ୍ୟୁୟର୍କର ବ୍ରୋଙ୍କ୍‌ସ ଚିଡିଆଖାନାରେ ଏକ ବାଘ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ହାଇଆଲର୍ଟରେ ଭାରତର ଚିଡିଆଖାନା। ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ବ୍ୟାଘ୍ର ପ୍ରକଳ୍ପ ଗୁଡ଼ିକରେ ସର୍ବାଧିକ ଆଲର୍ଟ ଜାରି କରାଯାଇଛି। ବାଘ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ କର୍ତ୍ତପକ୍ଷମାନଙ୍କୁ କୁହାଯାଇଛି। ଆଚରଣରେ କୌଣସି ପ୍ରକାର ପରିବର୍ତ୍ତନ ନଜରକୁ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଗୋଟିଏ ପଶୁ ଭାଇରସ୍‌ ଆକ୍ରାନ୍ତ ହେଲେ ବ୍ୟାପିଯିବା ଆଶଂକା ରହିଛି। ମଣିଷ ଠାରୁ ଭାଇରସ୍‌ ବ୍ୟାପୁଥିବାରୁ ଚିଡିଆଖାନା ଗୁଡ଼ିକୁ ଆଲର୍ଟ କରାଯାଇଛି। କେତେକ ଚିଡିଆଖାନାରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯିବା ସହ ବାହାରୁ ଆସୁଥିବା ଖାଦ୍ୟକୁ ତିନି ପର୍ଯ୍ୟାୟରେ ବିଶୋଧିତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.