Below header

ଏପ୍ରିଲ ୧୪ପରେ ବଢିବ କି ଲକ୍‌ ଡାଉନ୍‌? ସମୟସୀମାକୁ ପୁଣି ବୃଦ୍ଧି କରାଯିବା ସପକ୍ଷରେ ଅନେକ ରାଜ୍ୟ, ପରିସ୍ଥିତିର ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏପ୍ରିଲ ୧୪ପରେ ବଢିବ କି ଲକ୍‌ ଡାଉନ୍‌। ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ପୂରିବାକୁ ଆଉ ୬ ଦିନ ବାକି ଅଛି । ଏପ୍ରିଲ ୧୪ରେ ଅବଧି ଶେଷ ହେବ। କିନ୍ତୁ କରୋନା ବ୍ୟାପି ଚାଲିଛି। ଏପରି ସ୍ଥଳେ ଲକ୍‌ଡାଉନ୍‌ ସମୟସୀମାକୁ ପୁଣି ବୃଦ୍ଧି କରାଯିବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଜାରି ରଖିବାକୁ ଅନେକ ରାଜ୍ୟ ଅନୁରୋଧ କରିଥିବା ସୂଚନା ରହିଛି। ତେବେ ଏ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପରିସ୍ଥିତିର ସମୀକ୍ଷା ଚାଲିଛି। ଆବଶ୍ୟକ ହେଲେ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇ ପାରେ।

lockdownକରୋନା ସହ ଲମ୍ବା ଲଢେଇ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକଡାଉନ ଜାରି ରହୁ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ। ସେହିଭଳି ସାଙ୍ଗେସାଙ୍ଗେ ଲକଡାଉନ୍‌ ହଟାଯାଇ ପାରିବ ନାହିଁ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ । ଆସାମ ମଧ୍ୟ ଲକଡାଉନ୍‌ ହଟାଇବା ସପକ୍ଷରେ ନାହିଁ। ଏହି ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି ଅନେକ ରାଜ୍ୟ ଓ ବିଶେଷଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.