Below header

ବଢ଼ି ଚାଲିଛି କରୋନା ସଂକ୍ରମଣ, ଗୁଜୁରାଟରେ କରୋନା ଯୋଗୁଁ ୧୪ ମାସର ଶିଶୁର ମୃତ୍ୟୁ

ଭାରତ ସମେତ ସାରା ବିଶ୍ୱରେ ବର୍ତ୍ତମାନ୍ କରୋନା ଭାଇରସର ଭୟ ଲାଗି ରହିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୭୮୪ ରେ ପହଞ୍ଚିଥିବା ବେଳେ ଏଥିରେ ପ୍ରାୟ ୧୨୪ ଜଣ ଲୋକ ମୃତ୍ୟୁବରଣ କରିସାରିଲେଣି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ୩୨୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । କେବଳ ଏହିଠାରେ ୧୦୦୦ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୬୪ ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦୮ ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଏହା ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୁଜୁରାଟରେ କରୋନାରେ ସଂକ୍ରମିତ ଏକ ୧୪ ମାସର ପିଲା ମୃତ୍ୟୁବରଣ କରିଛି ।

ସୂଚନା ଅନୁଯାୟୀ ଗୁଜୁରାଟରେ ରବିବାର ଦିନ ଏକ ୧୪ ମାସର ପିଲା କରୋନା ସଂକ୍ରମଣ ବୋଲି ଚିହ୍ନଟ ହୋଇଥିଲା କିନ୍ତୁ ମାତ୍ର ଦୁଇଦିନ ପରେ ଅର୍ଥାତ୍ ଗତକାଲି ପିଲାଟି ମୃତ୍ୟୁବରଣ କରିଛି । ତେବେ ଗୁଜୁରାଟରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ୧୬ ଜଣ ଲୋକ କରୋନା ଯୋଗୁଁ ପ୍ରାଣ ହରାଇ ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.