ସୁରତ୍‌ରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଧରାକୋଟର ଯୁବକ କୋଭିଡ୍‌ରେ ମରିଥିବା ସୂଚନା

ଭଞ୍ଜନଗର (କେ ନ୍ୟୁଜ୍‌) : ସୁରତ୍‌ରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଇଏ କିନ୍ତୁ କୋଭିଡ୍‌-୧୯ରେ ମରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଝରପାରି ପଞ୍ଚାୟତ ବାଦୁଳା ଗ୍ରାମର କୃଷ୍ଣଚନ୍ଦ୍ର ବିଷୋୟୀ । ଏହି ୨୭ ବର୍ଷ ବୟସ୍କ ଯୁବକ ସୁରତ୍‌ରେ ଏକ ସୂତା କଳରେ କାମ କରୁଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ପରୀକ୍ଷା ପରେ ତାଙ୍କର କୋଭିଡ୍ ପଜିଟିଭ୍ ଆସିଥିଲା ।

SURAT-1

ତେଣୁ କୃଷ୍ଣଚନ୍ଦ୍ର କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ଦିନ ପ୍ରାୟ ୧୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । କୃଷ୍ଣଚନ୍ଦ୍ର ଅତି ଗରିବ ପରିବାରର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ପୂର୍ବରୁ ଭଞ୍ଜନଗର ଅଞ୍ଚଳର ଜଣେ ଯୁବକ ସୁରତ ପୋଲିସ୍ ମାଡ଼ରେ ମୃତ୍ୟୁବରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.