Below header

କରୋନା ଟୀକା ବାହାର କରିବାରେ ଆଉ ପାଦେ ଆଗେଇଲା ଆମେରିକା, ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିପାରେ ଭ୍ୟାକସିନ୍‌

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଟୀକା ବାହାର କରିବାରେ ଆମେରିକା ଖୁବ୍‌ ଶୀଘ୍ର ସଫଳ ହେବ ବୋଲି ଆମେରିକାର ମଡର୍ଣ୍ଣା କମ୍ପାନୀ କହିଛି । ଗବେଷକମାନେ ୪୫ ଜଣ ରୋଗୀଙ୍କ ଉପରେ ଏହି ପ୍ରୋଟେକ୍‌ଟିଭ୍‌ ଆଣ୍ଟିବଡି ପୟୋଗ କରିଥିଲେ । ଏହି ଫେଜ୍‌ ୧ କ୍ଲିନିକାଲ୍‌ ଟ୍ରାଏଲ ୮ ଜଣ ରୋଗୀଙ୍କ ଉପରେ ସଫଳତା ମିଳିଛି ।

୮ ଜଣଙ୍କ ଠାରୁ ମିଳିଥିବା ଡାଟା କରୋନା ଟୀକା ପ୍ରସ୍ତୁତି ନେଇ ଗବେଷକଙ୍କ ମନରେ ଆଶା ସଞ୍ଚାର କରିଛି । ଗବେଷକମାନେ ୮ ଜଣ ରୋଗୀଙ୍କୁ ୧୦୦ ମାଇକ୍ରୋଗ୍ରାମ୍‌ ଡୋଜ୍‌ ଓ ଅନ୍ୟ ରୋଗୀଙ୍କୁ ୨୫ ମାଇକ୍ରୋଗ୍ରାମ୍‌ର ଡୋଜ୍‌ ଦେଇଥିଲେ ।

covid 1-2

ଯେଉଁମାନେ ୧୦୦ ମାଇକ୍ରୋଗ୍ରାମ୍‌ର ଡୋଜ୍‌ ନେଇଥିଲେ ସେମାନ କରୋନା ରୋଗରୁ ମୁକ୍ତ ହୋଇଥିଲେ । ଏହି ଫେଜ୍‌ ୧ କ୍ଲିନିକାଲ୍‌ ଟ୍ରାଏଲ ୮ ଜଣ ରୋଗୀଙ୍କ ଉପରେ ସଫଳତା ମିଳିଛି ।

ହେଲେ ୨୫ ମାଇକ୍ରୋଗ୍ରାମ୍‌ ନେଇଥିବା ରୋଗୀଙ୍କ ରକ୍ତରେ କରୋନା ଭାଇରସ୍‌ ମାତ୍ରାଧିକ କମିଥିବା ଦେଖାଯାଇଥିଲା । ଅଧିକ ସୁରକ୍ଷା ଦୃଷ୍ଟିରୁ ଫେଜ୍‌ ୨ ଟ୍ରାଏଲ୍‌ ଖୁବ୍‌ ଶୀଘ୍ର କରାଯାଇ ଡୋଜ୍‌ର ଯଥାର୍ଥତା ନେଇ ପରୀକ୍ଷା କରାଯିବ ବୋଲି ଜନ୍‌ ହପ୍‌କିନ୍ସ ସେଣ୍ଟରର ଗବେଷକ ଡା. ଅମେଶ ଆଡଲ୍‌ଜା ପ୍ରକାଶ କରିଛନ୍ତି ।

ତେଣୁ ଫେଜ୍‌ ୨ ରେ ଗବେଷକମାନେ ୫୦ ମାଇକ୍ରୋଗ୍ରାମ୍‌ ଡୋଜ୍‌ ଟ୍ରାଏଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରାଏଲ୍‌ ସଫଳ ହେଲେ ଡୋଜ୍‌ର ହ୍ରାସ ଯୋଗୁ ଅଧିକ ସଂଖ୍ୟାରେ ଟୀକା ବାହାର କରିବାରେ ଏହା ସହାୟତା କରିବ ।

୨୦୨୦ ଶେଷ ସୁଦ୍ଧା କମ୍ପାନୀ ମିଲିୟନ୍‌ ଡୋଜ୍‌ର ଟୀକା ଯୋଗାଇ ପାରିବ ବୋଲି ମୋର୍ଡନା ପ୍ରକାଶ କରିଛି । ମୋର୍ଡନା ଏଥିପାଇଁ ୧.୩୪ ବଲିୟନ୍‌ ଡଲାରର ସେୟାର ଆହ୍ଵାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.