ଜଗତସିଂହପୁରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ସଂଖ୍ୟା ପହଞ୍ଚିଲା ୩୧ରେ

କେନ୍ୟୁଜ୍ (ବ୍ୟୁରୋ): ଜଗତସିଂହପୁରରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ଏହି ୩ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ପହଞ୍ଚିଲା ୩୧ରେ । ଏହି ୩ ପଜେଟିଭଙ୍କ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ଏହି ୩ ଆକ୍ରାନ୍ତଙ୍କୁ ମିଶାଇ  ବର୍ତ୍ତମାନ ଜିଲ୍ଲାରେ ୨୬ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହୋଇଛନ୍ତି ୫ ଜଣ ।  ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬୬ ଥିବା ବେଳେ ୫ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି  ରାଜ୍ୟରେ ମଙ୍ଗଳବାର ଚିହ୍ନଟ ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ସରକାର ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏମାନଙ୍କ ଭିତରୁ ୪୬ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏଥିମଧ୍ୟରୁ ଯାଜପୁରର ୩୦,  ଭଦ୍ରକର ୧୨, ଅନୁଗୁଳର ୨ ଏବଂ ସମ୍ବଲପୁରର ୨ଜଣ ଅଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ବୋଲି ସରକାର ତଥ୍ୟ ଦେଇଛନ୍ତି।

ଅନ୍ୟ ପକ୍ଷରେ କରୋନା ମୁକ୍ତ ହୋଇଥିବା ରାଜଧାନୀ ସହର ଭୁବନେଶ୍ବରକୁ ପୁଣି ଥରେ ଫେରିଛି କରୋନା। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରର ଓ ସେମାନେ ସ୍ଥାନୀୟ ଉତ୍ସରୁ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.