ଖୁବ୍‌ ଶୀଘ୍ର ଶିଶୁଙ୍କୁ ଲାଗିବ କରୋନା ଟିକା, ଜାଇଡସ କାଡିଲା କମ୍ପାନୀକୁ କେନ୍ଦ୍ର ସରକାର ଦେଲେ ୧ କୋଟି ଟିକାର ଅର୍ଡର

ନୂଆଦିଲ୍ଲୀ : ଜାଇଡସ କାଡିଲା କମ୍ପାନୀର ୩ ଡୋଜ ବାଲା ଟିକା ZyCoV-D କୁ କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଯାହାଦ୍ୱାରା ଭାରତରେ ଶିଶୁଙ୍କୁ ଖୁବ୍‌ ଶୀଘ୍ର କରୋନା ଟିକା ଲଗାଯାଇ ପାରିବ । କେନ୍ଦ୍ର ସରକାର ଅହମ୍ମଦାବାଦ କମ୍ପାନୀ ZyCoV-D କୁ ୧ କୋଟି ଟିକା ପାଇଁ ଅର୍ଡର ଦେଇସାରିଛନ୍ତି ।

ସୂଚନାନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ ବିକଶିତ ଦୁନିଆର ପ୍ରଥମ ଡିଏନଏ ଆଧାରିତ କୋଭିଡ ଟିକା ଆରମ୍ଭ କରିବାକୁ ମଞ୍ଜୁରି ଦେଇଛନ୍ତି । ଭାରତରେ ZyCoV-D ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ପାଇଁ ଅନୁମତି ପାଇଛି । ଏଥିପାଇଁ ସରକାର ୧ କୋଟି ଟିକା ଅର୍ଡ଼ର ଦେଇଛନ୍ତି ।

ଏହି ଗୋଟିଏ ଡୋଜ ଟିକାର ମୂଲ୍ୟ ଟ୍ୟାକ୍ସ ସହିତ ୩୫୮ ଟଙ୍କା ରଖାଯାଇଛି । ଏଥିସହିତ ଏକ ଡିସପୋଜେବଲ୍‌ ଜେଟ ଏପ୍ଲିକେଟର ମଧ୍ୟ ସାମିଲ ରହିଛି । ଯାହା ମାଧ୍ୟମରେ ଟିକା ଦିଆଯାଇପାରିବ ।

ପ୍ରତି ମାସ କମ୍ପାନୀ ଏହି ଟିକାର ୧ କୋଟି ଡୋଜ ପ୍ରସ୍ତୁତ କରିପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହି ଟିକାର ପ୍ରତିଟି ଡୋଜ୍‌ ପିଲାଙ୍କ ଦୁଇ ବାହୁରେ ଦିଆଯିବ । ଏହି ଟିକାର ୩ ଡୋଜ ୨୮ ଦିନ ଅନ୍ତରରେ ଦିଆଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.