Below header

କରୋନା: 3 ମିନିଟ ନିରବ ପ୍ରାର୍ଥନା କରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଚୀନ, ଜାତୀୟ ପତାକାକୁ କଲା ଅର୍ଦ୍ଧନମିତ

ବେଜିଂ: ସାରା ଦେଶରେ କରୋନା ଭାଇରସରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶନିବାର ପୂର୍ବାହ୍ନ 10ରେ 3 ମିନିଟ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ପୂରା ଦେଶ ଏବଂ ବିଦେଶରେ ଚୀନ ଦୂତାବାସରେ ନ୍ୟାଶନାଲ ଫ୍ଲାଗକୁ ଅର୍ଦ୍ଧନମିତ କରାଯାଇଥିଲା। ଚୀନରେ କରୋନାର ପ୍ରଥମ ମାମଲା ଗତବର୍ଷ ଡିସେମ୍ବରରେ ବୁହାନ ସହରରୁ ସାମ୍ନାକୁ ଆସିଥିଲା।

g1

ହୁବେଇ ଅଞ୍ଚଳରେ ହନକୋଉ କଷ୍ଟମ ହାଉସ ବାହାରେ ଲୋକମାନେ କରୋନା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚୀନ ସରକାରଙ୍କ କହିବା ଅନୁସାରେ, ଏଠାରେ 12ଜଣ ଡାକ୍ତର, ଜଣେ ପୋଲିସ ଅଧିକାରୀ ଏବଂ ସାମୁଦାୟକ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି।

g3

ଚୀନରେ 4 ଏପ୍ରିଲରେ କ୍ୱିଙ୍ଗମିଙ୍ଗ ଟୁମ୍ବ ଫେଷ୍ଟିଭାଲ ପାଳନ ହୋଇଆସୁଛି। ଏହାକୁ ଟୁମ୍ବ ସ୍ୱିପିଙ୍ଗ ଡେ ମଧ୍ୟ କୁହାଯାଇଥାଏ। ଏହି ଦିନ ଲୋକେ ନିଜର ପୂର୍ବଜ, ପରିବାରର ମୃତ ସଦସ୍ୟ ଏବଂ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.