Below header

ଥାଇଲାଣ୍ଡ ରାଜାଙ୍କୁ କରୋନା ଆତଙ୍କ : ଦେଶ ଛାଡ଼ି ଜର୍ମାନୀ ହୋଟେଲରେ କରୁଛନ୍ତି ଏକାନ୍ତ ବାସ, ସାଙ୍ଗରେ ଅଛନ୍ତି ୨0ଜଣ ମହିଳା

କରୋନା ଭୟରେ ଜର୍ମନୀ ପଳାଇ ଗଲେ ଥାଇଲାଣ୍ଡ ରାଜା, ସାରା ଦେଶରେ ସମାଲୋଚନା
କରୋନା ଭୟ ଏବେ ଘାରିଛି ସମସ୍ତଙ୍କୁ, ସେ ରାଜା ହୁଅନ୍ତୁ ବା ଫକୀର । ଏହି ଭୟ ଏବେ ସମସ୍ତଙ୍କୁ କରିଛି ଏକାନ୍ତବାସ (ଆଇସୋଲେସନ୍‌) । ଥାଇଲାଣ୍ଡ ମଧ୍ୟ ଏଥିରୁ ବାଦ ପଡ଼ିନି । ଦେଶ ଏବେ କରୋନା ଭାଇରସ୍ ଆତଙ୍କରେ ବୁଡ଼ିଥିବା ବେଳେ ଦେଶଛାଡ଼ି ରାଜା ଏବେ ଜର୍ମାନୀରେ ଅଛନ୍ତି ଏକାନ୍ତବାସରେ । ଜର୍ମାନୀର ଏକ ପଞ୍ଚ ତାରକା ହୋଟେଲ ଗ୍ରାଣ୍ଡ୍ ସୋନ୍ନେ ବିଚଲ୍‌କୁ ରାଜା ସମ୍ପୂର୍ଣ ବୁକ୍ କରିଛନ୍ତି । ରାଜା ଏଥି ପାଇଁ ଜର୍ମାନ ସରକାରଙ୍କୁ ଆବେଦନ କରିଥିଲେ । ସରକାର ତାଙ୍କ ଆବେଦନକୁ ସମ୍ମତି ଜଣାଇ ତାଙ୍କୁ ଅନୁମତି ଦେଇଛନ୍ତି ।
ସେଠାକାର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜାଙ୍କ ସହ ୨୦ ଜଣ ମହିଳା ଓ ତାଙ୍କର ଅନେକ ସେବକ ରହିବେ । ତେବେ ଏଥିରେ ତାଙ୍କର ପତ୍ନୀ ଅଛନ୍ତି କି ନାହିଁ ଜଣାପଡ଼ି ନାହିଁ । କରୋନା ଆତଙ୍କ ମଧ୍ୟରେ ଦେଶବାସୀଙ୍କୁ ଛାଡ଼ି ରାଜାଙ୍କର ଏପରି ବିଦେଶ ଯାତ୍ରାକୁ ନେଇ ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ରାଜାଙ୍କ ବିଷୟରେ ଏପରି ଆଲୋଚନାକୁ ନେଇ ଦେଶର ଜଣେ ନାଗରିକଙ୍କୁ ୧୫ ବର୍ଷ ଜେଲ୍ ମଧ୍ୟ ହୋଇଛି । ତଥାପି ସୋସିଆଲ୍ ମିଡିଆରେ ଲୋକଙ୍କ ସମାଲୋଚନା କମୁ ନାହିଁ ।

THAI-2ଥାଇଲାଣ୍ଡରେ ଏବେ କରୋନାରେ ପ୍ରାୟ ୧୨୪୫ ଜଣ ମୃତ୍ୟୁବରଣ କଲେଣି । ରାଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଗରୁ ମଧ୍ୟ ବହୁତ ଚର୍ଚ୍ଚା ରହିଛି । ରାଜଗାଦି ଗ୍ରହଣ କରିବା ପୂର୍ବରୁ ରାଜା ତାଙ୍କର ଜଣେ ବଡି ଗାର୍ଡ ସୁଥିଦା ତିଦ୍‌ଜଇଙ୍କୁ ବିବାହ କରିଛନ୍ତି । ଏଥି ପୂର୍ବରୁ ରାଜାଙ୍କର ମଧ୍ୟ ୩ ରାଣୀ ଥିଲେ । ମାତ୍ର ସୁଥିଦାଙ୍କୁ ବିବାହ କରିବା ପରେ ସେ ତାଙ୍କର ୩ ରାଣୀଙ୍କୁ ତଲାକ ଦେଇଛନ୍ତି । ଏବେ ସୁଥିଦା ରାଣୀ ଭାବେ ଅଛନ୍ତି । ଏଥି ପୂର୍ବରୁ ସୁଥିଦା ରାଜାଙ୍କ ସୁରକ୍ଷା ୟୁନିଟ୍‌ର କମାଣ୍ଡୋ ଥିଲେ । ଦୀର୍ଘ ଦିନ ଧରି ତାଙ୍କ ସହ ଗୋପନୀୟ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଶେଷରେ ରାଜା ତାଙ୍କୁ ବିବାହ କରିଥିଲେ । ଥାଇଲାଣ୍ଡର ରାଜା ୱଜିରାଲଙ୍ଗକର୍ଣ୍ଣୋଙ୍କ ବିଳାସପୂୂର୍ଣ୍ଣ ଜୀବନ ଏବେ ଚର୍ଚ୍ଚାର ବିଷୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.