ମହାକାଶରୁ ପୃଥିବୀବାସୀଙ୍କ ପାଇଁ ଆସିଲା ମେସେଜ, ଆଇସୋଲେସନରେ ଏମିତି ରହିବାକୁ ପରାମର୍ଶ ଦେଲେ ମହାକାଶଚାରୀ

ପୃଥିବୀରେ ଏବେ ଚାରିଆଡେ କରୋନା ଭାଇରସ ମହାମାରୀ ରୂପ ନେଇସାରିଲାଣି। ଯଦି ବିଶ୍ୱରେ ଏମିତି କୌଣସି ଜାଗା ଥାଏ, ଯାହା କରୋନା ସଂସ୍ପର୍ଶରେ ଆସିନାହିଁ, ତାହା ହେଲା ମହାକାଶ। ମହାକାଶଚାରୀମାନେ କରୋନାଠାରୁ ବହୁ ଦୂରରେ ଅଛନ୍ତି। ତେବେ ଆମେରିକାର ମହାକାଶ ଏଜେନ୍ସି ‘ନାସା’ର ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ପୃଥିବୀବାସୀଙ୍କ ପାଇଁ ଏକ ମେସେଜ ଆସିଛି।

ପ୍ରକୃତ କଥା ହେଲା, ସେଠାରେ ରହୁଥିବା ମହାକାଶଚାରୀମାନେ ନିଜର ଅନୁଭବ ସେୟାର କରିଛନ୍ତି କି କିପରି ସେମାନେ ବି ଆଇସୋଲେସନରେ ରହୁଥିବା ବେଳେ ସମୟ ବିତାଉଥିଲେ। ମହାକାଶଚାରୀ ଜେସିକା ଭିଡ଼ିଓ ସେୟାର କରି ଆଇସୋଲେସନରେ ଖୁସି ରହିବାର ଉପାୟ ବତେଇଛନ୍ତି। ସେ ଲେଖିଛନ୍ତି, ବ୍ୟାୟାମ କଲେ କେବଳ ଶାରୀରିକ ନୁହେଁ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିଥାଏ।

tt6

ସ୍ପେସ ଷ୍ଟେସନରୁ ଫେରିଥିବା ମହାକାଶଚାରୀ ସ୍କଟ କେଲି କହିଥିଲେ, ସେଠାରେ ବାସ୍ନା, ଶବ୍ଦ ଓ ପ୍ରକୃତିର ଅଭାବ ଅନୁଭବ ହେଉଥିଲା। ସେ ଲୋକଙ୍କୁ ପରାମର୍ଶ ଦେବାକୁ ଯାଇ ଏକ ଅନୁସୂଚୀ ପାଳନ କରିବାକୁ କହିଥିଲେ। ଏହି ସମୟରେ କିଛି ହବି ରଖିବା, ଜର୍ଣ୍ଣାଲ ଲେଖିବା, ଟିଭି ସିରିଜ ଦେଖିବା ଏବଂ ଖୁବ ଶୋଇବା ଉଚିତ ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.