Below header

ସୁନ୍ଦରପଦା ଓ ଯଦୁପୁରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍‌, ଜାରି ରହିବ ସର୍ଭେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱରର ଦୁଇଟି ସ୍ଥାନକୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା । ସେହି ଦୁଇଟି ସ୍ଥାନ ହେଉଛି ସୁନ୍ଦରପଦା ଏବଂ ଯଦୁପୁରରେ । ଏହି ସ୍ଥାନରୁ କଣ୍ଟେମେଣ୍ଟକୁ ହଟା ଯାଇଛି । କଣ୍ଟେନମେଣ୍ଟ ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତଙ୍କ ଘର ଘର ବୁଲି ସର୍ଭେ କରିଥିଲେ । ନମୂନା ସଂଗ୍ରହ କରାଯାଇଥିଲା । ଏବେ ସେଠାକାର ପରିସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ହଟା ଯାଇଛି ବୋଲି ବିଏମ୍‌ସି କମିଶନର୍‌ ପ୍ରେମଚନ୍ଦ ଚୌଧୁରୀ ଆଜି ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି ଯେ ଆଗାମୀ ୭ ଦିନ ଯାଏ ଏହି ଅଞ୍ଚଳରେ ମଧ୍ୟ ସର୍ଭେ ଜାରି ରହିବା ସହ ନମୂନା ସଂଗ୍ରହ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.