Below header

କରୋନା ଭୟ : ୧୫୦୦ କିଲୋମିଟର ପାଦରେ ଚାଲି ଚାଲି ଆସିବା ପରେ ମଧ୍ୟ ଘରେ ପୂରାଇ ଦେଲେନାହିଁ ମା’ କହିଲେ..

କରୋନାର ଆତଙ୍କ ଦିନକୁଦିନ ବଢୁଥିବା ବେଳେ ଲୋକମାନେ ଏବେ ଘରୁ ବାହାରିବା ପାଇଁ ମଧ୍ଯ ଭୟ କରୁଛନ୍ତି । କେବଳ ସେତିକି ନୂହେଁ ଏହି ମାରାତ୍ମକ ଭାଇରସ୍ ଭୟରେ ଅନେକ ଲୋକ ଏବେ ନିଜ ପରିବାରକୁ ମଧ୍ଯ ଦୂରେଇ ଦେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାରଣାସୀରେ । ଏଠାରେ ଜଣେ ଯୁବକ ପ୍ରାୟ ୧୫୦୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିବା ପରେ ଘରେ ପହଞ୍ଚିଥିଲେ କିନ୍ତୁ ତାଙ୍କ ମା କରୋନା ଡରରେ କବାଟ ଖୋଲି ନଥିଲେ । ସେତିକି ନୂହେଁ ସେ ପ୍ରଥମେ ନିଜ ପୁଅକୁ ଟେଷ୍ଟ କରାଇବା ପାଇଁ କହିଥିଲେ ଏବଂ ରିପୋର୍ଟ ନେଗେଟିଭ ଆସିଲେ ସେ ତାଙ୍କୁ ଘର ଭିତରକୁ ଆସିବା ପାଇଁ ଅନୁମତି ଦେବେ ବୋଲି କହିଥିଲେ ।

ଖବର ମୁତାବକ ଯୁବକ ଜଣକ ୪ ମାସ ପୂର୍ବେ ମୁମ୍ବାଇକୁ କାମ କରିବାକୁ ଯାଇଥିଲେ । ସେ ସେଣ୍ଟ୍ରାଲ ମୁମ୍ବାଇର ନାଗପାଡାର ଏକ ହୋଟେଲରେ କାମ କରୁଥିଲେ । ଲକଡାଉନ କାରଣରୁ ହୋଟେଲ ବନ୍ଦ ହୋଇଯାଇଛି । ବହୁ ଦିନ ଧରି କିଛି ଖାଇବାକୁ ନମିଳିବାରୁ ଓ ପାଖରେ ଟଙ୍କା ନଥିବାରୁ ଘରକୁ ପାଦରେ ଚାଲିଚାଲି ଆସିଥିଲେ । ଭୋକ-ଶୋଷରେ ଲଗାତାର ୨୦ ଦିନ ପର୍ଯ୍ୟନ୍ତ ୧୫୦୭ କିଲୋମିଟର ଚାଲିବା ପରେ ସେ ରବିବାର ସକାଳେ ଘରେ ପହଁଞ୍ଚିଥିଲେ । ତେବେ ଘରେ ପହଂଚିବା ପରେ ଅଶୋକଙ୍କ ଭାଇ ଓ ମା’ ଘରର କବାଟ ଖୋଲିବାକୁ ମନା କରିଦେଇଥିଲେ।

ଅଶୋକଙ୍କ କହିବା ଅନୁଯାୟୀ ତାଙ୍କ ମା ଓ ଭାଇ ପ୍ରଥମେ ତାଙ୍କୁ କରୋନା ଟେଷ୍ଟ କରାଇବା ପାଇଁ କହିଥିଲେ ଏବଂ ଯଦି ଏହା ନେଗେଟିଭ ଆସେ ତାହେଲେ ସେମାନେ ତାଙ୍କୁ ଘରେ ପୂରାଇ ଦେବେ ବୋଲି କହିଥିଲେ, ଏହାଶୁଣି ଅଶୋକ ଡାକ୍ତରଖାନା ଯାଇ ପ୍ରଥମେ ସେଠାରେ ନିଜର କରୋନା ଟେଷ୍ଟ କରାଇଥିଲେ, ତେବେ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଘରକୁ ଫେରିଥିଲେ ମଧ୍ଯ ତଥାପି ତାଙ୍କୁ ଘର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା, ବାଧ୍ୟହୋଇ ଶେଷରେ ସେ ପୋଲିସର ସାହାରା ନେଇଥିଲେ, ଏବଂ ପୋଲିସ ଆସି ଘର ଲୋକଙ୍କୁ ବୁଝାସୁଝା କରିବା ପରେ ଅତି କଷ୍ଟରେ ସେମାନେ ପୁଅକୁ ଘର ଭିତରକୁ ଛାଡିଥିଲେ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.