Below header

ଯାଜପୁର: ସାନ ସିନା ପାଲଟିଲେ ମହାନ, କୋଭିଡର ମୁକାବିଲା କରିବା ପାଇଁ ନିଜ ପକେଟ ମନିକୁ ଦାନ କଲେ ଭାଇ ଭଉଣୀ

ଯାଜପୁର ଟାଉନ: କୋଭିଡର ମୁକାବିଲା କରିବା ପାଇଁ ନିଜ ପକେଟ ମନିକୁ ଦାନ କଲେ ଭାଇ ଭଉଣୀ । ଯାଜପୁର ଆପେକ୍ସ ସ୍କୁଲର ୯ମ ଶ୍ରେଣୀର ପ୍ରଭୁଦେବ ମିଶ୍ର ଏବଂ ଶ୍ରେୟା ପଣ୍ଡା ଜିଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଉଭୟ ନିଜର ପକେଟ ମନିକୁ ସଂଚୟ କରି ରଖିଥିଲେ ।

cmrf donate

କିନ୍ତୁ କୋରୋନାର ମୁକାବିଲା ପାଇଁ ଉଭୟ ଭାଇ ଭଉଣୀ ଉକ୍ତ ଅର୍ଥକୁ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଦାନ କରିଛନ୍ତି । ପୂର୍ବରୁ ଉଭୟ କେରଳରେ ହୋଇଥିବା ଭୟାବହ ବନ୍ୟାର ମୁକାବିଲା ପାଇଁ ମଧ୍ୟ ନିଜର ପକେଟ ମନି ଦାନ କରିିଥିଲେ । ଏଭଳି ଉଦ୍ୟମକୁ ଜିଲାପାଳ ବେଶ ପ୍ରଶଂସା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.