Below header

ଖୁସିଖବର: ଭାରତ ଲକଡାଉନରେ ହାରୁଛି କରୋନା, ନୂଆ ସଂକ୍ରମଣ ସଂଖ୍ୟା କମ, ସୁସ୍ଥ ହେଉଛନ୍ତି କରୋନା ରୋଗୀ

ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ୍ କରିଦିଆଯାଇଛି, ତେବେ ଏହା ଦୁନିଆର ସବୁଠାରୁ ବଡ ଲକ୍ ଡାଉନ୍ । ପ୍ରାୟ ୧୩୦ କୋଟି ଭାରତୀୟ ଏବେ ଘରେ ବନ୍ଦ ହୋଇ ରହିଛନ୍ତି । ଏହା ମଧ୍ୟରେ ସରକାର କିଛି ମାତ୍ରାରେ କରୋନା ଭାଇରସ୍ ରୋକିବାରେ ସଫଳ ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ସୋମବାର ଦିନ ଭାରତରେ ନୂଆ ୯୯ ମାମଲା ସାମ୍ନାକୁ ଆସିଥିବା ବେଳେ ଗତକାଲି ଏହି ସଂଖ୍ୟାରେ ହ୍ରାସ ଘଟିଛି ଏବଂ ୬୪ ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ରେ ପହଁଞ୍ଚିଛି ।

କରୋନା ସମ୍ବନ୍ଧୀୟ ଆଉ ଏକ ବଡ଼ ଖବର ହେଉଛି ଏଥିରେ ଭଲ ହେଉଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି । ସୋମବାର ପର୍ଯ୍ୟନ୍ତ ସମୁଦାୟ ୩୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଗତକାଲି ଆଉ ୧୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Image result for luckdown india for corona

ଦେଶରେ ବୃଦ୍ଧି ପାଉଥିବା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଗତକାଲି ମଧ୍ୟରାତ୍ରୀରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରାତି ୮ଟା ବେଳେ ଦେଶକୁ ସମ୍ବୋଧନ କରିବା ସମୟରେ ଏହାର ଘୋଷଣା କରିଥିଲେ । ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଲକଡାଉନର ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୧ ରୁ ୨ ବର୍ଷ ଜେଲ ଏବଂ ଜରିମାନା ମଧ୍ୟ ଆଦାୟ କରାଯିବ । ସୂଚନା ଅନୁଯାୟୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ଲକ୍ ଡାଉନ୍ ନିୟମ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାସହିତ ପରିସ୍ଥିତି ନିୟନ୍ତ୍ରଣରେ ନରହିଲେ ସୁଟ୍ ଆଟ୍ ସାଇଟ୍ ବା ନିୟମ ଭାଙ୍ଗୁଥିବା ଲୋକକୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ଆଦେଶ୍ ଦେବାକୁ ପଡିପାରେ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.