ଫଟୋ ଦେଖି ଚିହ୍ନନ୍ତୁ କିଏ ଏହି ବଲିଉଡ ବାପପୁଅ ଯୋଡି, ଇଣ୍ଟରନେଟରେ ହେଉଛି ଭାଇରଲ

କରୋନା ଭାଇରସ ଯୋଗୁ ସବୁ କିଛି ଲକଡାଉନ ହେବା ପରେ ଏବେ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି । ଏଥିସହ ସେମାନେ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏବେ କରୀନା କପୁର ଖାନ ଏକ ଫଟୋ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନ ମଧ୍ୟ ଦେଇଛନ୍ତି।

କରୀନା କିଛିଦିନ ତଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ କ୍ରିଏଟ କରିଥିଲେ । ଏଥିରେ ସେ ପ୍ରାୟତଃ ଫ୍ୟାମିଲି ଫଟୋ ସେୟାର କରି ଆସୁଛନ୍ତି । ନିକଟରେ କରୀନା ସ୍ୱାମୀ ସୈଫ ଓ ପୁଅ ତେଇମୁରର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ବାଥରୋବରେ ନଜର ଆସୁଛନ୍ତି । ସେ ଲୋକଙ୍କୁ ପ୍ରାର୍ଥନା କରିଛନ୍ତି କି, ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ତେବେ ସୈଫ ଓ ତେଇମୁରଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ପୂରା ଛାଇଯାଇଛି ।v b

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.