Below header

ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା: ଏବେ ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୨୧ ହଜାରରୁ ଅଧିକ, ୧୯୮ଟି ଦେଶ କବଳିତ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ୧୯୮ଟି ଦେଶରେ ବ୍ୟାପିଛି କରୋନା। ଏବେ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୧ ହଜାରରୁ ଅଧିକ ଟପିଛି। ଏଯାଏ ୪.୬୮ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି। ୟୁରୋପରେ ସ୍ଥିତି ଜଟିଳ ରୁ ଜଟିଳତର ହେଉଛି। ଇଟାଲୀର ମୃତ୍ୟୁ ସଂଖ୍ୟା ସାଢେ ୭ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୮୩ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୭ ହଜାର ୫୦୩ ରେ ପହଞ୍ଚିଛି।

coronaସେହିପରି ସ୍ପେନ୍‌ ଅଣାୟତ୍ତ ହୋଇଛି। ସ୍ପେନ୍‌ର ମୃତ୍ୟୁ ସଂଖ୍ୟା ୩ ହଜାର ୬୦୦ ଟପିଛି। ଗୋଟିଏ ଦିନରେ ୬୫୬ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧୩୩୧ରେ ପହଞ୍ଚିଥିବା ବେଳେ ଆମେରିକାରେ ମୃତ୍ୟୁ ସଂଖ୍ୟା ହଜାରେ ଛୁଇଁବା ଛୁଇଁବା ହେଉଛି। ଇରାନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୨୮୭ ଛୁଇଁଛି। ଆହୁରି ଅନେକ ଦେଶରେ ଶତାଧିକ ଲୋକଙ୍କ ପ୍ରାଣ ନେଲାଣି ଘାତକ କରୋନା ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.