ଘରେ କିଛି ଟେଷ୍ଟି ବନେଇବା ପାଇଁ ଭାବୁଛନ୍ତି କି ? ଆଉ ବିଳମ୍ବ କାହିଁ ଅତି ସହଜରେ ଘରେ ବନାନ୍ତୁ ସ୍ଵାଦିଷ୍ଟ ‘ସାହି ପନିର’

ଆବଶ୍ୟକୀୟ ସମାଗ୍ରୀ

  • ପନିର ୨୫୦ ଗ୍ରାମ
  • ଟମାଟୋ ୨ ଟି
  • ପିଆଜ ୩ ଟି
  • ଅଦା ୧ ଇଞ୍ଚ
  • ରସୁଣ ୧ ଟି
  • କଞ୍ଚାଲଙ୍କା
  • କାଜୁ
  • ତେଜପତ୍ର, ଲବଙ୍ଗ, ଅଳେଇଚ, ଡାଲଚିନି
  • ଲଙ୍କାଗୁଣ୍ଡ
  • ମେଥିଗୁଣ୍ଡ
  • ବଟର
  • କ୍ରିମ
  • ସ୍ଵାଦ ଅନୁସାରେ ଲୁଣ

Image result for shahi paneer

ପ୍ରସ୍ତୁତି ପ୍ରଣାଳୀ

ସାହି ପନିର ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଟମାଟୋ, ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ କାଟି ପକାଇ ଦିଅନ୍ତୁ । ତାପରେ ସେଥିରେ ଡାଲଚିନି, ଅଳେଇଚ, ଲବଙ୍ଗ, ତେଜପତ୍ର, କାଜୁ, ଲଙ୍କାଗୁଣ୍ଡ ଓ ବଟର ପକାଇ କିଛି ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ । ଏହା ଭଲଭାବେ ସିଝିଗଲା ପରେ ତାକୁ କାଢ଼ି ମିକ୍ସର୍ ଗ୍ରାଇଣ୍ଡରରେ ଭଲଭାବେ ପେଷ୍ଟ କରିଦିଅନ୍ତୁ । ପେଷ୍ଟ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଆଉ ଏକ ପାତ୍ରରେ ଭଲଭାବେ ଛାଣି ରଖି ଦିଅନ୍ତୁ । ବର୍ତ୍ତମାନ୍ ଆଉ ଏକ ପ୍ୟାନରେ କିଛି ବଟର ନିଅନ୍ତୁ । ଏହା ଗରମ୍ ହୋଇଗଲା ପରେ ସେଥିରେ ଅଳ୍ପ ଅଦା ଓ ଗୋଟିଏ କଞ୍ଚାଲଙ୍କାକୁ କାଟି ପକାଇ ଦିଅନ୍ତୁ । ତାପରେ ସେଥିରେ ପନିର ପକାଇ ହାଲକା ଫ୍ରାଏ କରନ୍ତୁ । ଅଳ୍ପ ଫ୍ରାଏ କଲାପରେ ସେଥିରେ ପୂର୍ବ ପ୍ରସ୍ତୁତ ପେଷ୍ଟକୁ ପକାଇ ଦିଅନ୍ତୁ । ଶେଷରେ ଏହା ଫୁଟି ଆସିଲେ ସେଥିରେ ମେଥି ଗୁଣ୍ଡ, ଜାଇତ୍ରି ଗୁଣ୍ଡ ଓ କ୍ରିମ ପକାଇ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ସାହି ପନିର । ଏହାକୁ ଆପଣ ଗରମ୍ ଗରମ୍ ରୁଟି ସହ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.