ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ସହରର ସମସ୍ତ ପ୍ରବେଶ ପଥ ସିଲ୍ କଲା ବ୍ରହ୍ମପୁର ପୋଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଦୋକାନ ବାହାରେ ଦୂରତା ରକ୍ଷା କରିବାକୁ ଟଣାଗଲା ସର୍କଲ

ବ୍ରହ୍ମପୁର: ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । କାହାରିକୁ ମଧ୍ୟ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ସହରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ଗୁଡିକରେ ଲୋକଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ଲାଗି ସର୍କଲ କରାଯାଇଛି । ଦୋକାନରୁ ଜଣେ କ୍ରୟ କରିବା ପରେ ଆଉ ଜଣେ ଯିବା ଲାଗି କୁହାଯାଇଛି ।

ଏହା ସହ ଦୋକାନ ବାହାରେ ରହିବା ବେଳେ ଦୂରତା ରକ୍ଷା କରିବାକୁ ସର୍କଲ ଟଣାଯାଇଛି । ଜିଲ୍ଲାପାଳ ମଧ୍ୟ ସମସ୍ତ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ନିଜ ନିଜ ଦୋକାନ ସମ୍ମୁଖରେ ଏଭଳି ସର୍କଲ କରି ଲୋକଙ୍କ ମଧ୍ୟରେ ଦୂରତା ବଜାୟ ରଖିବେ । ନଚେତ ସଂପୃକ୍ତ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସହରର ଏକ ମେଡିସିନ ଦୋକାନରେ ଲୋକଙ୍କ ମଧ୍ୟରେ ଦୂରତା ନଥିବା ଅଭିଯୋଗରେ ଦୋକାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.