ରାଜ୍ୟରେ ଆଜି ୧୧ ହଜାର ୮୬ ଆକ୍ରାନ୍ତ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜି ୧୧ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୧ ହଜାର ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୫.୬୧ ପ୍ରତିିଶତ । ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ୩ ହଜାର ୪୬୯ ନୂଆ କେସ୍‌ ଆସିଛି ।

ଯାହା ମୋଟ ଆକ୍ରାନ୍ତଙ୍କର ୩୧.୨୯ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୪୧୬, କଟକରୁ ୭୬୬ ଓ ସମ୍ବଲପୁରରୁ ୩୦୨ ଓ ବାଲେଶ୍ୱରରୁ ୩୨୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୦ ହଜାର ୯୯୦ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୮୦ ହଜାର ୯୧୪ । ରାଜ୍ୟରେ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୬୧ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.