ନବୋଦୟ ବିଦ୍ୟାଳୟରେ ଖାଲି ପଡିଛି ୧୯୨୫ ଟି ପଦବୀ, ଦରମା ୨ ଲକ୍ଷରୁ ବି ଅଧିକ

ନବୋଦୟ ବିଦ୍ୟାଳୟ ସମିତି, NVSରେ ସହକାରୀ କମିଶନର, ସହକାରୀ କମିଶନର (ପ୍ରଶାସନ), ସହକାରୀ ବିଭାଗ ଅଧିକାରୀ, ଅଡିଟ୍ ଆସିଷ୍ଟାଣ୍ଟ, ଜୁନିଅର ଟ୍ରାନ୍ସଲେଟର , ଜୁନିୟର ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ନୋଟୋଫିକେସନ ଜାରି କରାଯାଇଛି । ମୋଟ ୧୯୨୫ ଟି ପଦବୀ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟ୍ – navodaya.gov.in ରେ ଆରମ୍ଭ ହୋଇଛି ।

ନବୋଦୟ ବିଦ୍ୟାଳୟ ସମିତିରେ ବିଭିନ୍ନ ଅଣଶିକ୍ଷକ ପଦବୀ (HQ / RO କ୍ୟାଡର ଏବଂ JNV କ୍ୟାଡର) ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୦, ୨୦୨୨ । ପ୍ରାର୍ଥୀମାନଙ୍କୁ ଆବେଦନ କରିବାର ଶେଷ ତାରିଖ ଅର୍ଥାତ୍ ୧୦ ଫେବୃଆରୀ ପୂର୍ବରୁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୁପ୍ A ,B ଏବଂ C ପାଇଁ ମୋଟ ୧,୯୨୫ ପଦବୀ ବିଜ୍ଞାପନ ଦିଆଯାଇଛି ।

ଆବେଦନ କରିବାକୁ, ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ navodaya.gov.in ପରିଦର୍ଶନ କରିବାକୁ ପଡିବ ଏବଂ ଅନଲାଇନ୍ ଆବେଦନ କରିବାକୁ ଲିଙ୍କରେ କ୍ଲିକ୍ କରିବାକୁ ପଡିବ । ଆପଣଙ୍କର ସବିଶେଷ ତଥ୍ୟ ପୁରଣ କରନ୍ତୁ ଏବଂ ଦେୟ ଦାଖଲ କରନ୍ତୁ । ପ୍ରାର୍ଥୀମାନଙ୍କୁ ପ୍ରଥମେ ସେମାନଙ୍କର ପଞ୍ଜୀକରଣ ସଂପୂର୍ଣ୍ଣ କରିବାକୁ ପଡିବ, ଯାହା ପରେ ଅନଲାଇନ୍ ଆବେଦନର ଲିଙ୍କ୍ ଆକ୍ଟିଭ ହେବ । ଶେଷରେ ମନୋନୀତ ପ୍ରାର୍ଥୀଙ୍କୁ ୨, ୦୯, ୨୦୦ / – ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସରେ ରଖାଯିବ । ତେବେ ସରକାରୀ ବିଜ୍ଞପ୍ତିରେ ଅନ୍ୟ ସମସ୍ତ ସୂଚନାକୁ ଆପଣ ବିଜ୍ଞପ୍ତିରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.