ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ୧୨ତାରିଖରୁ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏ ଜାରି ରହିବ, ତେବେ ଆମେ କହିପାରିବା ରାଜ୍ୟ ପିକ୍‌ ଅତିକ୍ରମ କରିସାରିଛି। ଯାହାକି ଏକ ଆଶ୍ୱସ୍ତିକର ଖବର ମଧ୍ୟ କୁହାଯାଇପାରେ।

ଯଦି ଏହା ଭିତରେ ସଂକ୍ରମଣ ପୁଣି ବୃଦ୍ଧି ପାଏ, ତା ହେଲେ ଆକଳନ ଭୁଲ ହୋଇପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନବଢୁ, ସେ ନେଇ ଯତ୍ନବାନ ହେବାର ରହିଛି। କେବଳ ସହର ନୁହେଁ, ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.