ରାଜ୍ୟରେ ୨୪ ଘଣ୍ଟାରେ ୬ ହଜାର ୭୩୬ ପଜିଟିଭ୍‌ ଚିହ୍ନଟ, ଗଲା ୩୪ ଜଣଙ୍କ ଜୀବନ

ଭୁବନେଶ୍ବର : ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬ ହଜାର ୭୩୬ ପଜିଟିଭ୍‌ ଚିହ୍ନଟ । ଆଉ ୩୪ ଆକ୍ରାନ୍ତଙ୍କ ଜୀବନ ନେଲା ଭାଇରସ୍‌ । ଆଜି ଅନୁଗୁଳରୁ ସର୍ବାଧିକ ୭୮୮ ଆକ୍ରାନ୍ତ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଭାବେ ସୁନ୍ଦରଗଡରୁ ୭୨୦ ଚିହ୍ନଟ ହୋଇଛନ୍ତି।  ୨୪ ଘଣ୍ଟାରେ ୪୬ ହଜାର ୨୪୧ ଟେଷ୍ଟିଂ ହୋଇଥିବାବେଳେ ପଜିଟିଭ୍‌ ବାହାରିଛନ୍ତି ୬ ହଜାର ୭୩୬ ।

ଆଜି ପଜିଟିଭିଟି ହାର ରହିଛି ୧୪.୫୬ ପ୍ରତିଶତ । ଯାହାକି ଗତକାଲି ଥିଲା ୧୬.୭୪ ପ୍ରତିଶତ । ଖୋର୍ଦ୍ଧାରୁ ୫୧୭, ବରଗଡରୁ ୪୦୫, ଯାଜପୁରରୁ ୩୭୪ ପଜିଟିଭ୍‌ ଆସିଛି। କେନ୍ଦ୍ରାପଡା, କେନ୍ଦୁଝର,ନୂଆପଡା  ଓ ମୟୂରଭଞ୍ଜରୁ ସବୁଠୁ କମ ସଂକ୍ରମଣ ରହିଛି। ଏହି ୪ ଜିଲ୍ଲାରେ ୫୦ ତଳେ ରହିଛି ପଜିଟିଭ୍‌ କେସ୍‌ । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୬ ହଜାର ୪୪୦ । ଅନ୍ଯପଟେ ଆଜି କରୋନା ନେଲା ୩୪ ଜଣଙ୍କ ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.