Below header

ଆମେରିକାର ସେନ ଜୋସରେ ଗୁଳିକାଣ୍ଡ, ଆକ୍ରମଣକାରୀ ସହିତ ୮ ମୃତ

ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁଳିଚଳାଇଥିବା ବ୍ୟକ୍ତିଙ୍କର ବି ମୃତ୍ୟୁ ହୋଇଛି । ସାଣ୍ଟା କ୍ଲାରା କାଉଣ୍ଟି ସରିଫ୍ ମୁଖପାତ୍ର ଡେପୁଟି ରସେଲ ଡେଭିସ୍ ଏହି ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ହୋଇଥିବା ସନ୍ଦୀଗ୍ଧଙ୍କ କୌଣସି ପରିଚୟ ମିଳିନାହିଁ।

ସରିଫ ମୁଖପାତ୍ର କହିଛନ୍ତି ଯେ, ସିଲିକନ୍ ଭ୍ୟାଲିର ଏକ ରେଲୟାର୍ଡ ଏକ ଗମନାଗମନ ନିୟନ୍ତ୍ରଣ କେନ୍ଦ୍ର । ଯେଉଁଠାରେ ଟ୍ରେନ୍ ଛିଡା ହୁଏ ଏବଂ ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ । ଡେଭିସ୍ କହିଛନ୍ତି ଯେ, ଆହତଙ୍କ ମଧ୍ୟରେ ଏଠାକାର କିଛି କର୍ମଚାରୀ ମଧ୍ୟ ଅଛନ୍ତି । VTA ସାନ୍ତା କ୍ଲାରା କାଉଣ୍ଟିରେ ବସ୍, ହାଲୁକା ରେଳ ଏବଂ ଅନ୍ୟାନ୍ୟ ଗମନାଗମନ ସେବା ଯୋଗାଏ । କାଉଣ୍ଟି ବାଇ ଅଞ୍ଚଳରେ ସବୁଠାରୁ ବଡ ଏବଂ ସିଲିକନ୍ ଭ୍ୟାଲିର ସ୍ଥାନ ଅଟେ ।

ସେନ୍ ଜୋସ୍ ମେୟର ସାମ ଲିକକାର୍ଡୋ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଭୟଙ୍କର ଗୁଳି ବିନିମୟରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ରହିଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.