ଚାଲିଗଲା ୟସ୍‌ ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ: କେଉଁଠି ଭାଙ୍ଗିଛି ତ ଆଉ କେଉଁଠି ଉପାଡିଛି

କରଞ୍ଜିଆ: ୟସ୍‌ ଚାଲିଗଲା। ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ। କେଉଁଠି ଭାଙ୍ଗିଲା ତ ଆଉ କେଉଁଠି ଉପାଡିଲା। ବର୍ଷା କମିବା ପରେ ମୟୂରଭଞ୍ଜ ବୁଢାବଳଙ୍ଗ ନଦୀରେ କମୁଛି ଜଳସ୍ତର। କିନ୍ତୁ ଭଣ୍ଡନ, କଣ୍ଟାଖଇରି, ଦେଓ ନଦୀର ଜଳସ୍ତର ବଢୁଛି । ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଏହି ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି।

ଭଣ୍ଡନ ନଦୀ କୂଳରେ ଥିବା ଗାଁ ଭିତରେ ପଶିଛି ପାଣି । ଏକର ଏକର ଚାଷଜମି ଜଳମଗ୍ନହୋଇପଡିଛି। ସେପଟେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହାଇଥିବା ବେଳେ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ ଠପ ରହିଛି । ଓଡ୍ରାଫ୍‌ ଟିମ ଓ ଅଗ୍ନିଶମ ବିଭାଗ ଗଛକୁ କାଟି ରାସ୍ତା ଖୋଲିବାକୁ ପ୍ରୟାସ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.