Below header

କରୋନା ଯୋଗୁଁ ପତି ପତ୍ନୀଙ୍କ ମଧ୍ୟରେ ବୃଦ୍ଧି ପାଉଛି ବିବାଦ, ଚୀନରେ ବଢିଚାଲିଛି ଛାଡପତ୍ର ମାମଲା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଦେଖାଦେଇଛି। ଏହି ଭୟଙ୍କର ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ, ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଚୀନରେ ସାଂଘାତିକ ପରିସ୍ଥିତି ଦେଖାଦେଇଛି। କରୋନା ଯୋଗୁଁ ସପିଲ ମଲ ଠାରୁ ଆରମ୍ଭ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ଜାଗାକୁ ବନ୍ଦ କରିଦିଆଯାଇଛି। ଅନେକ ସହର ବନ୍ଦ ହୋଇପଡିଛି। ରିପୋର୍ଟ ମୁତାବକ, ଏହି କରୋନା ଭାଇରସ ଏବେ ପତି ପତ୍ନୀଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି କରିଛି। ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଥିବା ବେଳେ ଘରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦ ଯୋଗୁଁ ସେମାନଙ୍କ ମଧ୍ୟରେ ଛାଡପତ୍ର ଭଳି ମାମଲା ଦେଖିବାକୁ ମିଳିଛି।

corona

ଖବର ମୁତାବକ, ଚୀନର ସିଚୁଆନ ପ୍ରାନ୍ତରେ ଗୋଟେ ମାସରେ ୩୦୦ରୁ ଉର୍ଦ୍ଧ୍ୱ ଛାଡପତ୍ର ମାମଲା ଦେଖିବାକୁ ମିଳିଛି। ଘରେ ପତି ପତ୍ନୀ ବହୁତ ସମୟ ଏକାଠି ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଘରେ ରହିବା ଯୋଗୁଁ ପତି ପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମନାନ୍ତର ଚାଲିଛି। ଏହି ଭାଇରସର ପ୍ରକୋପ ପରେ ମ୍ୟାରେଜ ରେଜିଷ୍ଟ୍ରି ଅଫିସରେ ଆବେଦନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚୀନରେ ଏପର୍ଯ୍ୟନ୍ତ କରୋନା ଭାଇରସଙ୍କ ସଂଖ୍ୟା ସବୁଠାରୁ ଅଧିକ।

case

ଏବେ ଚୀନ ଭଳି ଇଟାଲୀର ଅବସ୍ଥା ରହିଛି। କରୋନା ଯୋଗୁଁ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି। ସେହିପରି ଇଣ୍ଟରନେଟ ବ୍ୟବହାର କରୁଥିବା ୭୦ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ ଘର ରହିବା ଯୋଗୁଁ ଅନଲାଇନ ଗେମ୍‌, େଓ୍ଵବସିରିଜ ଦେଖି ଅଧିକ ଡାଟା ସାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.