ଅଷ୍ଟ୍ରେଲିଆର ଲୋକପ୍ରିୟ ବୋଲର ଗ୍ଲେନ୍ ମ୍ୟାକ୍ସେଓ୍ଵଲ ନିକଟରେ ନିର୍ବନ୍ଧ କରିଛନ୍ତି। ସେ ବିନି ରମନଙ୍କ ହାତ ଧରିଛନ୍ତି। ବିନି ରମନ ମୂଳରୂପେ ଜଣେ ଭାରତୀୟ ଅଧିବାସୀ। ତାଙ୍କ ଜନ୍ମ ଅଷ୍ଟ୍ରେଲିଆରେ ହୋଇଛି। ରବିବାର ବିନି ରମନ ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ମ୍ୟାକ୍ସେଓ୍ଵଲଙ୍କ ସହ ଭାରତୀୟ ରୀତି ନୀତିରେ ନିର୍ବନ୍ଧ କରିଥିବା କହିଛନ୍ତି।
ଦେଖନ୍ତୁ ଫଟୋ:
ରବିବାର ବିନି ରମନ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ କ୍ୟାପସନ୍ ଲେଖିଛନ୍ତି କାଲି ରାତିରେ ଆମେ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛୁ। ଏ ଅବସରରେ ମୁଁ ମ୍ୟାକ୍ସେଓ୍ଵଲଙ୍କୁ ଭାରତୀୟ ବିବାହ ବିଷୟରେ ଜଣାଇଥିଲି। ମୋ ଓ ମ୍ୟାକ୍ସିଙ୍କ ପରିବାରକୁ ଧନ୍ୟବାଦ, ଯେଉଁମାନେ କମ୍ ସମୟରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଲେ। ନିଜ ଲୋକଙ୍କ ଭିତରେ ରହି ନିର୍ବନ୍ଧ କରି ଆମେ ବହୁତ ଖୁସି।
ସୂଚନାଯୋଗ୍ୟ ଯେ ବିନି ରମନ ମେଲବର୍ଣ୍ଣରେ ରହୁଛନ୍ତି ଓ ପେସାରେ ଜଣେ ଫାର୍ମାସିଷ୍ଟ। ଉଭୟେ ପରସ୍ପରକୁ କିଛି ଦିନ ହେବ ଡେଟ୍ କରୁଥିଲେ। ୨୦୧୭ ମସିହାରେ ପ୍ରଥମେ ଏହି ଯୋଡ଼ିଙ୍କ ପ୍ରେମ ସମ୍ପର୍କ କଥା ଜଣାପଡ଼ିଥିଲା। ଉଭୟେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି କହିଛନ୍ତି।