Below header

ଏହି ମନ୍ଦିରରେ ଶ୍ରୀରାମଙ୍କ ବିନା ପୂଜା ପାଆନ୍ତି ମାତା ସୀତା, ଶ୍ରଦ୍ଧାଳୁଙ୍କ ରହିଛି ଅଖଣ୍ଡ ବିଶ୍ୱାସ

ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ସହ ହିଁ ମାତା ସୀତାଙ୍କୁ ପୂଜା କରାଯାଇଥାଏ । କିନ୍ତୁ ଦେଶରେ ଏମିତି ହିଁ ଏକ ସ୍ଥାନ ଅଛି ଯେଉଁଠି ରାମଙ୍କ ବିନା ମା’ଙ୍କୁ ପୂଜା କରାଯାଇଥାଏ । ଦେଶର ହୃଦୟ ରାଜ୍ୟ ଭାବେ ଜଣା ମଧ୍ୟପ୍ରଦେଶରେ ହିଁ ଏପରି ଏକ ଅନନ୍ୟ ମନ୍ଦିର ଅଛି । ଏହି ରାଜ୍ୟ ସ୍ଥିତ ଅଶୋକାନଗର ଜିଲ୍ଲାର ସୀତାଧାମରେ ତିନି ଦିବସୀୟ ‘କରିଲା ମେଳା’ ଶନିବାର ଦିନ ଆରମ୍ଭ ହୋଇଯାଇଛି । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି । ନିଜ ନିଜ ମନୋସ୍କାମନା ପୂରଣ ହେଲେ ଭକ୍ତ ମାନେ ମା’ଙ୍କ ନିକଟକୁ କୃତଜ୍ଞତା ଜଣାଇବାକୁ ଆସିଥାନ୍ତି । ଗୋଟେ ପଟେ କରୋନା ଭୟ ଦେଶକୁ କବଳିତ କରିଥିବା ବେଳେ କିନ୍ତୁ ଲୋକଙ୍କ ଆସ୍ଥାକୁ ଏହା ପ୍ରଭାବିତ କରି ପାରିନାହିଁ ।

lord sita

କାଇଁ କେଉଁ କାଳରୁ ବିଶ୍ୱାସ ଅଛି କି ଏହି ପବିତ୍ର ଧାମକୁ ଆସି ମା’ଙ୍କ ନିକଟରେ ଯାଚନା କଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ । ବିଶେଷ ଭାବେ ରାଇ ସମ୍ପ୍ରଦାୟର ନୃତ୍ୟାଙ୍ଗନା ମାନେ ବିଭିନ୍ନ ସାଜସଜ୍ଜାର ସହ ପୂଜାର୍ଚନା କରିଥାନ୍ତି । ଶନିବାର ଦିନ ଏହି ମେଳାରେ ଅନେକ ଜନସମାଗମ ହୋଇଥିଲା । କେବଳ ଶନିବାର ଦିନ ହିଁ ଏଠାରେ ପ୍ରାୟ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ଜିଲ୍ଲାର ମୁଂଗବଳି ଜନପଦ ଗ୍ରାମର ପଂଚାୟତ ଜୈସେଡ ଗ୍ରାମରେ ହିଁ ମା’ କରିଲାଙ୍କ ଏହି ମନ୍ଦିର ଅବସ୍ଥିତ । କିଛି ଲୋକ ଏହାକୁ ବୈଦେହୀ ଧାମ ବୋଲି କହିଥାନ୍ତି । ଏହି ପବିତ୍ର ମନ୍ଦିରରେ ମାତା ସୀତା, ଲବ, କୁଶ ଓ ବାଲ୍ମୀକି ଋଷିଙ୍କୁ ଏକାଠି ପୂଜା କରାଯାଇଥାଏ । କିନ୍ତୁ ବିଶେଷ କଥା ହେଉଛି ଏଠାରେ ପ୍ରଭୁ ରାମଙ୍କ ମୂର୍ତ୍ତି ପୂଜା ପାଏ ନାହିଁ । କିନ୍ତୁ ଏହାବାଦ ଦେଶର ଅନ୍ୟ ସମସ୍ତ ମନ୍ଦିରରେ ପ୍ରଭୁ ରାମ ସହ ହିଁ ମାତା ସୀତାଙ୍କୁ ପୂଜା କରାଯାଇଥାଏ ।

lord sita

ଯୁବକ, ନର, ନାରୀ ସମସ୍ତେ ବିଭିନ୍ନ ରଙ୍ଗ ବିରଙ୍ଗର ବସ୍ତ୍ର ପରିଧାନ କରି ଭକ୍ତି ଭାବର ସହ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେହି ସ୍ଥାନର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ । ଯେମିତି ଲାଗେ ସହରର ସବୁ ସଡକ ଯେମିତି ଯାଇ ଗୋଟିଏ ଠାରେ ମିଶିଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ମେଳାରେ ୨୫୦୦ ପୋଲିସ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ସ୍ୱାସ୍ଥ୍ୟ ସଚେତନତା ପାଇଁ ୧୦ ଟି ଆମ୍ବୁଲାନ୍ସ, ୨୫୦ ଟଂକାର, ୧୦ ଅସ୍ଥାୟୀ ହସ୍ପିଟାଲ ଗଠନ କରାଯାଇଥିଲା । କରିଲା ଟ୍ରଷ୍ଟ ଅଧ୍ୟକ୍ଷ ମହେନ୍ଦ୍ର ସିଂହ କହିଛନ୍ତିକି ରାମ ପୁତ୍ର ଲବ କୁଶଙ୍କ ଜନ୍ମ ଏହି ସ୍ଥାନରେ ହିଁ ହୋଇଥିଲା । ଶ୍ରୀରାମଙ୍କ ଦ୍ୱାରା ପରିତ୍ୟାଗ ହେବା ପରେ ମାତା ସୀତା ଏହି ଠାରେ ଥିବା ରୁଷି ବାଲ୍ମୀକିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ । ଏଠାକୁ ଆସିଥିବା ଅନ୍ୟ ଶ୍ରଦ୍ଧାଳୁ ମାନେ ଏଠାକୁ ଆସି ନିଜକୁ ଧନ୍ୟ ମନେ କରିଥିବା କଥା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.