ବଦଳିଲା ତୈମୁର ଅଲ୍ଲୀ ଖାନ୍‌ଙ୍କ ବ୍ୟବହାର, ଫଟୋଗ୍ରାଫରଙ୍କୁ ଦେଖି ଦେଲେ ଏମିତି ରିଆକ୍ସନ୍‌; ଦେଖନ୍ତୁ ଭିଡିଓ

କରୀନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ପିଲାବେଳୁ ହିଁ ସୁପରଷ୍ଟାର ହୋଇଯାଇଛନ୍ତି। ତାଙ୍କର ଉଭୟ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ମଧ୍ୟ ପସନ୍ଦ କରୁଥିବା ଦେଖାଯାଇଛି। ସେହିଭଳି ଆଉ ଏକ ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓରେ ତୈମୁର ଅଲ୍ଲୀ ଖାନ୍‌ ଫଟୋଗ୍ରାଫର୍ସଙ୍କୁ ଦେଖି ଜବରଦସ୍ତ ରିଆକ୍ସନ୍‌ ଦେଉଥିବା ଦେଖାଯାଇଛି। ଭିଡିଓରେ ତାଙ୍କ ସହ ମମି କରୀନା କପୁର ଓ ପାପା ସୈଫ ଅଲ୍ଲୀ ଖାନ୍‌ ମଧ୍ୟ ନଜର ଆସିଛନ୍ତି। ଭିଡିଓରେ ତାଙ୍କ କ୍ୟୁଟ୍‌ ଲୁକ୍‌କୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ:

ତୈମୁର ଅଲ୍ଲୀ ଖାନ୍‌ଙ୍କ ଏହି ଭିଡିଓ ମାନବ ମଙ୍ଗଲାମୀ ନିଜ ଇନ୍‌ଷ୍ଟ୍ରାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ତୈମୁର ମମି କରୀନାଙ୍କ ସହ କାରରୁ ଓହ୍ଲାଉଥିବା ଦେଖାଯାଇଛି। କରୀନା ତୈମୁରକୁ ଟେକି ଟେକି କାରର ଓହ୍ଲାଉଛନ୍ତି, କିନ୍ତୁ ମଜା କଥା ହେଉଛି ତୈମୁର ଏହି ସମୟରେ କ୍ୟାମେରା ଆଡ଼କୁ ଅନାଇ ହାତ ହଲାଇ ହ୍ୟାଲୋ କହୁଥିବା ଦେଖାଯାଇଛି। ଏହାବ୍ୟତୀତ ସେ ପାପା ସୈଫ୍‌ ଅଲ୍ଲୀ ଖାନ୍‌ ଓ ମମି କରୀନାଙ୍କୁ ମଧ୍ୟ ହାତ ହଲାଇବା ହାଏ କହିବାକୁ କହୁଥିବା ଦେଖାଯାଇଛି।

 

View this post on Instagram

 

Bebo , Saifu and Timtim spotted at @therealkarismakapoor house 😍

A post shared by Kareena Kapoor Khan FC (@kareenakapoorteam) on

ସୂଚନାଯୋଗ୍ୟ ଯେ ତୈମୁର ଅଲ୍ଲୀ ଖାନ୍‌ଙ୍କ ମମି କରୀନା କପୁର ନିକଟରେ ଅଂଗ୍ରେଜୀ ମିଡିୟମ୍‌ରେ ନଜର ଆସିଥିଲେ। ଏହା ବ୍ୟତୀତ ତାଙ୍କର ଆଉ ଏକ ଫିଲ୍ମ ଲାଲ ସିଂହ ଚଢ଼ା ମଧ୍ୟ ଆସିବାକୁ ଯାଉଛି। ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାର ଅମୀର ଖାନ୍‌ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.