Below header

ଆଜି ଭୋରରୁ ଗୋଟିଏ ଟ୍ରେନରେ‌ ଏର୍ଣ୍ଣାକୁଲମରୁ ଆସି ପହଞ୍ଚି ସାରିଛନ୍ତି ୧୧୬୧ ଜଣ ଓଡ଼ିଆ, ଆହୁରୀ ୫ଟି ଟ୍ରେନ୍‌ରେ କେରଳ ଓ ସୁରତରୁ ଓଡ଼ିଶା ଫେରିବେ ପ୍ରବାସୀ

ଭୁବନେଶ୍ବର: ଆଜି ୫ଟି ଟ୍ରେନ୍‌ରେ କେରଳ ଓ ସୁରତରୁ ଓଡ଼ିଶା ଫେରିବେ ପ୍ରବାସୀ । ସେଥିରୁ ୪ଟି ଟ୍ରେନ୍‌ ବ୍ରହ୍ମପୁର ଅଭିମୁଖେ ଆସିବ । ଏର୍ଣ୍ଣାକୁଲମରୁ ଗୋଟିଏ ଟ୍ରେନ୍‌ ଆଜି ଭୋର ୫ଟା ୨୫ ମିନିଟ ସମୟରେ ପହଞ୍ଚି ସାରିଛି । ଏଥିରେ ୧୧୬୧ ଜଣ ଓଡ଼ିଆ ଆସିଛନ୍ତି । କେବଳ ଗଞ୍ଜାମରୁ ୬୨୪ ଜଣ ଅଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୧୦୧, କନ୍ଧମାଳରୁ ୭୫, ବାଲେଶ୍ୱରରୁ ୭୨ ଜଣ ଓଡ଼ିଆ ରହିଛନ୍ତି । ସେହିପରି ସୁରତରୁ ୩ଟି ଟ୍ରେନ୍‌ ସକାଳ ୧୦ଟା, ଦିନ ଗୋଟାଏ ଓ ଅପରାହ୍ନ ସାଢେ ୪ଟାରେ ଆସି ପହଞ୍ଚିବ । ଏଥିରେ ପ୍ରାୟ ୪ ହଜାର ୧୪୦ ଗଞ୍ଜାମ ବାସିନ୍ଦା ଫେରିବାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.