ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ? ଜାରି ହୋଇଥିବା ଗାଇଡଲାଇନ ଉପରେ ଥରେ ପକାନ୍ତୁ ନଜର

କଟକ: ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ, ସେ ନେଇ ଗାଇଡଲାଇନ ଜାରି ହୋଇଛି । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସର୍ବସାଧାରଣ ବସ୍‌ ପରିବହନ ବନ୍ଦ ରହିବ । କେବଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବସ୍‌ ଚାଲିପାରିବ । ସେହିପରି କେବଳ ସ୍ୱାସ୍ଥ୍ୟ ସଂପର୍କିତ ମାମଲାରେ କର୍ତ୍ତୃପକ୍ଷଙ୍କ ଅନୁମତିରେ କୌଣସି ବ୍ୟକ୍ତି ଅନ୍ତଃରାଜ୍ୟ ଯାତ୍ରା କରିପାରିବେ । ସମସ୍ତ ସ୍କୁଲ, କଲେଜ, ଟ୍ରେନିଂ, କୋଚିଂ ଅନୁଷ୍ଠାନ ବନ୍ଦ ରହିବ । ଅନ୍‌ ଲାଇନ୍‌ ଏବଂ ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଅନୁମତି ରହିଛି । ସବୁ ସିନେମା ହଲ, ସପିଂ ମଲ, ମାର୍କେଟ୍‌ କମ୍ପ୍ଲେକ୍ସ, ଜିମନାସିୟମ୍‌, ସ୍ପୋର୍ଟସ୍‌ କମ୍ପେକ୍ସ, ସୁଇମିଂପୁଲ, ପ୍ରମୋଦ ଉଦ୍ୟାନ, ଥିଏଟର, ବାର, ଅଡିଟୋରିଅମ୍‌, ସଭାଗୃହ ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.