Below header

ସନ୍ନି ଲିଓନଙ୍କ ପ୍ରାଙ୍କରେ ସ୍ୱାମୀ ଡାନିଏଲଙ୍କର ଉଡ଼ିଗଲା ହୋସ, ଦେଖନ୍ତୁ ମଜାଦାର ଭିଡିଓ

ଲକଡାଉନ୍ ମଧ୍ୟରେ ବି ସନ୍ନି ଲିଓନ୍ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଫ୍ୟାନ୍ ମାନଙ୍କ ସହ ଚାଟିଂ କରିବା ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟ ମଧ୍ୟ ଦିଅନ୍ତି । ନିକଟରେ ସେ ତାଙ୍କ ସ୍ୱାମୀଙ୍କ ସହ ଏକ ପ୍ରାଙ୍କ କରିଛନ୍ତି ଯେଉଁଥିପାଇଁ ତାଙ୍କ ସ୍ୱାମୀ ବହୁତ ଡରି ଯାଇଥିଲେ ।

ନିକଟରେ ସନ୍ନି ଲିଓନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ, ସନି ଏକ ଟେପ୍ ସାହାଯ୍ୟରେ ନିଜ ଆଙ୍ଗୁଠିକୁ ପଛକୁ ବାନ୍ଧି ଲାଲ୍ ରଙ୍ଗକୁ କଦଳୀ ଖଣ୍ଡରେ ମିଳାଇ ଏହାକୁ ନିଜ ଆଙ୍ଗୁଠି ଉପରେ ରଖିଛନ୍ତି । ଏହା ପରେ, ସେ ହାତରେ ଏକ ଛୁରୀ ଧରି ଭୟଭୀତ ହୋଇ ସ୍ୱାମୀ ଡାନିଏଲଙ୍କୁ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ଏବଂ ଯେତେବେଳେ ତାଙ୍କ ସ୍ୱାମୀ ରୋଷେଇ ଘରେ ପହଞ୍ଚନ୍ତି, ସେତେବେଳେ ଏସବୁ ଦେଖି ସେ ବହୁତ ଡରି ଯାଇଛନ୍ତି । ଅବଶ୍ୟ ସନ୍ନି ହସିବାପରେ ଡାନିଏଲ୍ ଜାଣିପାରିଛନ୍ତି ଯେ ତାଙ୍କ ସହ ପ୍ରାଙ୍କ ହୋଇଛି ଏବଂ ସେ ସନ୍ନିଙ୍କୁ ଗାଳି ଦେଇ ସେଠାରୁ ସେ ଚାଲି ଯାଇଛନ୍ତି ।


ସୂଚନା ଅନୁଯାୟୀ ସନ୍ନି ଲିଓନ ବର୍ତ୍ତମାନ ଲକଡାଉନ ଶେଷ ହେବାକୁ ଅପେକ୍ଷା କରିଛନ୍ତି । ତାଙ୍କର କହିବା ଅନୁଯାୟୀ ଅନେକ ଗୁଡିଏ ପ୍ରୋଜେକ୍ଟ ତାଙ୍କର ବାକି ହୋଇ ରହିଛି । ଲକଡାଉନ୍ ସମାପ୍ତ ହେବା ମାତ୍ରେ ସ୍ଥିତି ଟିକିଏ ସ୍ୱାଭାବିକ ହେଲେ ସେ ପୁଣି ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.