Below header

ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୧ ହୋଇଛି । ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ୨୯ ବର୍ଷିୟା ମହିଳା। ସେ କେଣ୍ଟେନମେଣ୍ଟ ଜୋନ୍‌ରେ ଅନ୍ୟ ଜଣେ ସମ୍ପର୍କୀୟଙ୍କ ସଂଶ୍ପର୍ଶରେ ଆସିଥିଲେ। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୧୦୨ଜଣ ଚିକିତ୍ସାଧୀନ ଥିବା ବେଳେ ୬୦ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ଘଣ୍ଟାରେ ୨୪୭୦ ସାମ୍ପଲ ଟେଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.