କୋଭିଡ୍‌ ଯୁଦ୍ଧର ସମୟ ସୀମା ନାହିଁ, ସଚେତନ ଓ ସତର୍କ ରହିବା ଜରୁରୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭାରତ ଓ ଚୀନ୍‌ ଯୁଦ୍ଧ ୩୪ ଦିନ, ଭାରତ-ପାକିସ୍ତାନ ଯୁଦ୍ଧ ଏକ ମାସ ଏବଂ ବାଂଲାଦେଶ ପାଇଁ ପାକିସ୍ତାନ ସହ ଯୁଦ୍ଧ ୧୪ ଦିନ ଚାଲିଥିଲା । ହେଲେ କରୋନା ସହ ଯୁଦ୍ଧା ଲମ୍ବା ଚାଲିବ । ଏଥିପାଇଁ ସଚେତନ ଓ ସତର୍କ ରହିବା ଜରୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଥିବା ନେଇ ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ଏବେ କୋଭିଡ୍‌ ଯୁଦ୍ଧ ୨୫ ଦିନର ହୋଇଗଲାଣି । ଏଥିରେ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ, କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି । ଏବେ ଅର୍ଥନୀତି ନୁହେଁ ଜୀବନ ମରଣ ସମସ୍ୟା ହେଉଛି ଆମ ପାଇଁ ବଡ଼ । ଏ ଯୁଦ୍ଧରୁ ବା ଏ ମହାମାରୀରୁ ଆମେ ସଫଳତାର ସହ ନିଶ୍ଚୟ ବାହାରିବା । ତେବେ ଏଥିପାଇଁ ଆମକୁ ଏକଥା ଧ୍ୟାନ ରଖିବାକୁ ପଡ଼ିବ ଯେ ଆମର ପୂର୍ବର ସ୍ଥିତି ଆଉ ରହିବ ନାହିଁ । ଆମେ ଯେଉଁଠି ଜୀବନକୁ ଛାଡ଼ି ଆସିଥିଲେ ସେହି ସ୍ଥିତି ଆଉ ପାଇବା ନାହିଁ । ଆମକୁ ଏକ ନୂଆ ପରିସ୍ଥିତିର ସାମନା କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।
ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସେ ଯାଏ ରାଜ୍ୟରେ ମୋଟ୍‌ ୨୮୪୧ଟି ନମୂନା ଯାଞ୍ଚ କରାଯାଇଥିବା ବେଳେ ସେଥିରୁ ୪୪ଟି ପଜେଟିଭ୍‌ ବାହାରିଛି । ୧୦୬ ଜଣ ସନ୍ଦିଗଧଙ୍କୁ ବିଭିନ୍ନ ହସପିଟାଲରେ ପୃଥକବାସ ବା ଆଇସୋଲେସନ୍‌ରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.