Below header

ଆଜିଠୁ ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ବର: ରାଜସ୍ଥାନ କୋଟାରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ । ଲକଡାଉନ ପରେ ସେଠାରେ ଫସିଥିବା ଛାତ୍ରଛାତ୍ରୀ ରାଜ୍ୟକୁ ଫେରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଦୁଇ ବରିଷ୍ଠ ଅଧିକାରୀ ଅବିନାଶ କୁମାର ଓ ସାର୍ଥକ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରି ସେମାନଙ୍କୁ ଫେରାଇ ଅଣାଯିବ। ଲକ୍‌ଡାଉନ୍‌ ପରେ କୋଟାରେ ଅଛନ୍ତି ପ୍ରାୟ ଅଢେଇ ହଜାର ଓଡ଼ିଆ ଛାତ୍ରଛାତ୍ରୀ । ସେମାନଙ୍କୁ ଫେରାଇ ଆଣିବା ପାଇଁ ଦାବି ହେଉଥିଲା । ଏହାପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଏନେଇ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ପୂର୍ବତନ ସାଂସଦ ଭକ୍ତଚରଣ ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.