ଗଞ୍ଜାମ ଫେରିଲେ ସୁରଟରେ ଫସିଥିବା ୨୧୭ଜଣ ପ୍ରବାସୀ ଓଡ଼ିଆ, ସମସ୍ତଙ୍କର କରାଯାଇଛି ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ : ଗଞ୍ଜାମ ଫେରିଲେ ସୁରଟରେ ଫସିଥିବା ପ୍ରବାସୀ ଓଡ଼ିଆ । ୪ଟି ବସ୍‌ରେ ୨୧୭ ଜଣ ପ୍ରବାସୀ ସୁରଟରୁ ଫେରିଛନ୍ତି । ସୁରଟରୁ ବସ୍‌ ଯୋଗେ ଆସିଥିବା ପ୍ରବାସୀ ଓଡିଆମାନଙ୍କୁ ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ଶେରଗଡର ୨ଟି ଶିକ୍ଷାନୁଷ୍ଠାନରେ ସଂଗରୋଧରେ ରଖାଯାଇଛି। ସେମାନଙ୍କ ନାଁ ପଞ୍ଜିକରଣ କରାଯାଇ ସେମାନଙ୍କୁ ଭିତରକୁ ପ୍ରବେଶ କରାଯାଇଥିଲା। ଏହା ପରେ ବସ୍‌ ଓ ସେହି ସ୍ଥାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନୀକରଣ କରାଯାଇଥିଲା।ସମସ୍ତ ପ୍ରବାସୀ ଓଡିଆଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କ୍ୱାରେଣ୍ଟାଇନ୍‌ ସେଣ୍ଟର ନିକଟକୁ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.