Below header

କରୋନାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ବେହେରା

କରଞ୍ଜିଆ: କରଞ୍ଜିଆ ଅଞ୍ଚଳରେ ବେଶ ଜଣାଶୁଣା ଅସିତ ବେହେରା । ସେ ଦୀର୍ଘ ଦିନ ହେବ କନକ ଟିଭିରେ ସାମ୍ବାଦିକତା କରୁଥିଲେ । କରଞ୍ଜିଆ ଅଞ୍ଚଳରେ ବିଭିନ୍ନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ପ୍ରଶଂସାର ପାତ୍ର ହେଇଥିଲେ । କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା।

ସେଠାରେ ଗୁରୁତର ହେବାରୁ ବାରିପଦାର ଏକ ଘରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ୬ଟା ୩୦ମିନିଟରେ ସ୍ବର୍ଗ ପ୍ରାପ୍ତି ହୋଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ମୟୁରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁରେ ବିଶେଷ କରି କରଞ୍ଜିଆ ଉପଖଣ୍ଡ ସାମ୍ବାଦିକ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ସାମ୍ବାଦିକ କ୍ଷେତ୍ରରେ ଗୋଟିଏ ବଡ଼ କ୍ଷତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.