ନଡ଼ିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ନେଲା ଉଗ୍ରରୂପ, ଭୁଜାଲି ଆକ୍ରମଣ ୩ ଆହତ 

ଚାନ୍ଦବାଲି: ଗୋଟିଏ ନଡ଼ିଆ ଗଛକୁ ନେଇ ୨ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି l ଅଶ୍ଳୀଳ ଇଙ୍ଗିତକୁ କେନ୍ଦ୍ର କରି ଘଟଣା ଆକ୍ରମଣ ପର୍ଯ୍ୟନ୍ତ ପହଞ୍ଚିଥିବା ସୂଚନା ମିଳିଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଚାନ୍ଦବାଲି NAC ଅନ୍ତର୍ଗତ କୁସ୍ତିରେ ।

ସୂଚନା ଅନୁସାରେ, ଗତକାଲି ସଞ୍ଜୁଲତା ପରିଡ଼ାଙ୍କ ପରିବାରର ଏକ ନଡ଼ିଆ ଗଛ ପଡୋଶୀ ଲଷ୍ମୀଧର ପରିଡ଼ାଙ୍କ ଗୁହାଳକୁ ଲାଗି ରହିଛି l ଲଷ୍ମୀଧରଙ୍କ ପରିବାର ନଡ଼ିଆ ଗଛଟିକୁ କଟିବାକୁ ପୂର୍ବରୁ କହିଆସୁଥିଲେ, କିନ୍ତୁ ଗଛ କଟା ନହେବାରୁ ଆଜି ଲଷ୍ମୀଧରଙ୍କ ପରିବାର ପକ୍ଷରୁ ସଞ୍ଜୁଲତାଙ୍କ ଝିଅ ସୁନିତାଙ୍କୁ ଅଶ୍ଳୀଳ ଇଙ୍ଗିତ କରାଯାଇଥିବା ବେଳେ, ଏହି ଘଟଣାକୁ ନେଇ ବିବାଦ ଉଗ୍ରରୂପ ନେଇଥିବା ସୁନିତା ଅଭିଯୋଗ ଆଣିଛନ୍ତି l ଫଳରେ ଉଭୟ  ପରିବାର ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡିଛି l

ଏହି ଆକ୍ରମଣରେ ମା ସଞ୍ଜୁଲତା ଏବଂ ଝିଅ ସୁନିତା ଗୁରୁତର ଆହତ ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ଅପରପକ୍ଷରେ ଲଷ୍ମୀଧରଙ୍କ ୨ ହାତରେ ଭୁଜାଲି ବାଜି ଆହତ ହୋଇଥିବା ଦେଖିବାକୁ ମିଳିଛି l ତେବେ ଉଭୟ ପକ୍ଷରୁ ଚାନ୍ଦବାଲି ଥାନାରେ ୨ତି ଏତଲା ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.