Below header

ଜୁନ୍ ୧ରୁ ପୁଣି ମହଙ୍ଗା ହେବ ବିମାନ ଯାତ୍ରା, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି

ଆପଣ ବିମାନ ଯାତ୍ରା କରୁଥିଲେ ଏହି ଖବର ଆପଣଙ୍କ ପାଇଁ। ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ୧ରୁ ଘରୋଇ ବିମାନ ଭଡା ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନାର ଦ୍ବିତୀୟ ଲହର ସମୟରେ ବିମାନଯାତ୍ରା ଲୋକେ କମ୍ କରୁଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସର ନେଟୱାର୍କ କାପାସିଟି ମଧ୍ୟ କମ୍ କରିବାର ନିଷ୍ପତ୍ତି ନେଇଛି।

ଫେବୃଆରୀରେ, ଟିକେଟର ଆରମ୍ଭ ମୂଲ୍ୟ ୧୦ ପ୍ରତିଶତ ଏବଂ ସର୍ବାଧିକ ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ପାଇଁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତି କମରେ ୨୬୦୦ ଟଙ୍କା ଭଡା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସେହିଭଳି ୪୦ ମିନିଟରୁ ୬୦ ମିନିଟର ଉଡ଼ାଣ ଅବଧି ପାଇଁ, କମ୍ ଭଡା ସୀମା ବର୍ତ୍ତମାନ ୨୯୦୦ ଟଙ୍କା ବଦଳରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୩୦୦ ଟଙ୍କା ଦେବେ ।

ବିମାନ ଯାତ୍ରା ଭଡାର ଏହି ବୃଦ୍ଧି ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ତେବେ ଅଧିକ ବିମାନ ଭଡା ସୀମା ପୂର୍ବଭଳି ରଖାଯାଇଛି । ସରକାରଙ୍କ ଏହି ପଦକ୍ଷେପ ବିମାନ କମ୍ପାନୀଗୁଡ଼ିକୁ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.