ସଙ୍କଷ୍ଟୀ ଚତୁର୍ଥୀରେ ବିପଦକୁ ହରଣ କରନ୍ତି ପ୍ରଭୁ ଗଣେଶ, ଜାଣନ୍ତୁ ପୂଜା କରିବାର ବିଧି

ଆଜି ସଙ୍କଷ୍ଟୀ ଚତୁର୍ଥୀ। ଏହାକୁ ଏକଦନ୍ତ ସଙ୍କଷ୍ଟୀ ଚତୁର୍ଥୀ ବୋଲି ମଧ୍ୟ କୁହାଯାଏ। ଏହି ଦିନ ସଂପୂର୍ଣ୍ଣ ବିଧି ବିଧାନରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ଯ କରିବା ପୂର୍ବରୁ ଭଗବାନ ଗଶେଶଙ୍କୁ ପୂଜା କରାଯାଏ। ସଙ୍କଷ୍ଟୀ ଚତୁର୍ଥୀର ଅର୍ଥ ସଙ୍କଟରୁ ରକ୍ଷା କରୁଥିବା ଚତୁର୍ଥୀ। ଏମିତି ମାନ୍ଯତା ରହିଛି କି, ସଙ୍କଷ୍ଟୀ ଚତୁର୍ଥୀ ଦିନ ଭଗବାନ ଗଣପତିଙ୍କ ପୂଜା କରିବା ଦ୍ବାରା ସମସ୍ତ ସମସ୍ଯା ଦୂର ହୋଇଥାଏ ଏବଂ ଇଚ୍ଛା ପୂରଣ ହୁଏ।

ସଙ୍କଷ୍ଟୀ ଚତୁର୍ଥୀ ପ୍ରତି ମାସର କୃଷ୍ଣ ପକ୍ଷ ଏବଂ ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ। ପୂଣ୍ଣିର୍ମା ପରେ ଆସୁଥିବା ଚତୁର୍ଥୀକୁ ସଙ୍କଷ୍ଟୀ ଚତୁର୍ଥୀ କୁହାଯାଏ। ଏହି ଦିନରେ ଗଣପତିଙ୍କୁ ଆରାଧାନ କରିବା ଦ୍ବାରା ବିଶେଷ ବରଦାନ ମିଳିଥାଏ। ଶରୀର ସବୁବେଳ ସୁସ୍ଥ ରହିଥାଏ।

କେମିତି କରିବେ ପୂଜା ?

ଭଗବାନ ଗଣପତିଙ୍କ ଉପରେ ଆସ୍ଥା ରଖୁଥିବା ଲୋକ ସଙ୍କଷ୍ଟୀ ଚତୁର୍ଥୀରେ ବ୍ରତ ରଖି ଭଗବାନଙ୍କୁ ପ୍ରସନ୍ନ କରି ମନ ମୁତାବକ ଫଳ କାମନା କରନ୍ତି। ପ୍ରଥମେ ପ୍ରାତଃରୁ ଗାଧୋଇବା ପରେ ଲାଲ କିମ୍ବା ହଳଦିଆ ରଙ୍ଗର କପଡା ପିନ୍ଧନ୍ତୁ। ଭଗବାନ ଗଣପତିଙ୍କ ଫଟୋଚିତ୍ରକୁ ଲାଲ ରଙ୍ଗର କପଡା ବିଛାଇ ରଖନ୍ତୁ। ଭଗବାନ ଗଣେଶଙ୍କ ପୂଜା କରିବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସନ୍ତୁ। ଗଣେଶଙ୍କ ସାମ୍ନାରେ ଦୀପ ଜଳାନ୍ତୁ। ଲାଲ ଗୋଲାପରେ ଗଣେଶଙ୍କୁ ସଜାନ୍ତୁ। ପୂଜାରେ ରାଶି ଲଡୁ, ଚାଉଳ, ତମ୍ବା ଢାଳରେ ଜଳ, ଧୂପ, ପ୍ରସାଦ ଏବଂ କଦଳୀ, ମୋଦକ ରଖନ୍ତୁ। ଦୀପ ରଖିବା ପରେ ମନ୍ତ୍ର ଜପ କରନ୍ତୁ।

ganesh-puja

ମାନ୍ଯତା ରହିଛି କି, ସଙ୍କଷ୍ଟୀ ଚତୁର୍ଥୀ ଦିନ ଗଣପତିଙ୍କ ପୂଜା କରିବା ଦ୍ବାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ। କୁହାଯାଏ କି, ଗଣେଶ ଘଣଣ ସମସ୍ତ ବିପଦକୁ ଦୂର କରନ୍ତି। ଯେଉଁ ବ୍ଯକ୍ତି ଆଜିବ୍ରତ ରଖିବ ଏବଂ ସଂପୂର୍ଣ୍ଣ ଆସ୍ଥା ସହିତ ପୂଜା କରିବ, ତାର ସବୁ ମନୋକାମନା ପୂର୍ଣ୍ଣ ହେବ। ଏହି ବ୍ରତ ସୂର୍ଯ୍ଯୋଦୟ ପୂର୍ବରୁ କରି ସୂର୍ଯ୍ଯାସ୍ତ ପରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.