କାଷ୍ଟିଂ କାଉଚର ଖୁଲାସା କଲେ କିଶ୍ବର, ତାଙ୍କୁ ହିରୋ ସହିତ ରାତି ବିତେଇବାକୁ ଫିଲ୍ମ ପାଇଁ ରଖାଯାଇଥିଲା ସର୍ତ୍ତ

ଟିଭି ଇଣ୍ଡଷ୍ଟ୍ରୀରେ ବେଶ ଜଣାଶୁଣା ଅଭିନେତ୍ରୀ କିଶ୍ବର ମର୍ଚେଣ୍ଟ। ନିକଟରେ କିଶ୍ୱର ମର୍ଚେଣ୍ଟ ଏକ ସାକ୍ଷାତକାରରେ କାଷ୍ଟିଂ କାଉଚ ନେଇ ଖୁଲାସା କରିଛନ୍ତି । ସେ ମଧ୍ୟ କାଷ୍ଟିଂ କାଉଚର ସାମନା କରିଥିବା କଥା କହିଛନ୍ତି । କିଶ୍ୱରଙ୍କ ମୁତାବକ, ସେ ଜଣେ ବଡ଼ ଷ୍ଟାର ଓ ବଡ଼ ପ୍ରଡ୍ୟୁସରଙ୍କ ସହ କାମ କରିବାର ଥିଲା। କିନ୍ତୁ ଏହି କାରଣରୁ ସେ ଫିଲ୍ମକୁ ଛାଡ଼ିବାକୁ ପଡ଼ିଥିଲା । ଏହା ବ୍ୟତୀତ କିଶ୍ୱର ନିଜର ପ୍ରେଗ୍ନେନ୍ସି ଓ ପତି ସୁୟଶ ରାୟଙ୍କ ବିଷୟରେ ମଧ୍ୟ କହିଛନ୍ତି ।

କିଶ୍ୱର ମର୍ଚେଣ୍ଟ ଭେଜା ଫ୍ରାଇ-୨ ଓ ହମ୍ ତୁମ୍ ଓ ଶବାନା ଫିଲ୍ମରେ କାମ କରିଛନ୍ତି । ଯେବେ ତାଙ୍କୁ ପଚରା ଯାଇଥିଲା କି, ଆପଣ କଣ କାଷ୍ଟିଂ କାଉଚର ସାମନା କରିଛନ୍ତି, ସେ ହଁ କହିଥିଲେ। ଏହା ମୋ ସହ ଥରେ ହୋଇଛି । ସେତେବେଳେ ଏହା ହୋଇଥିଲା ଯେବେ ମୁଁ ଏକ ମିଟିଂ ପାଇଁ ଯାଇଥିଲି । ମୋ ମାଆ ସେହି ସମୟରେ ମୋ ସହ ଥିଲେ । ମୋତେ କୁହାଗଲା କି, ହିରୋ ସହ ରାତି କଟେଇବାକୁ ହେବ । ମୁଁ ସେ ଅଫରକୁ ସଙ୍ଗେ ସଙ୍ଗେ ମନା କରି ଦେଇଥିଲି । ଘରକୁ ଫେରି ଆସିଥିଲି । କିଶ୍ୱର କହିଛନ୍ତି କି, ସେ ହିରୋ ଓ ପ୍ରଡ୍ୟୁସରଙ୍କର ନାମ କହିବି ନାହିଁ , କିନ୍ତୁ ସେ ଜଣେ ଜଣାଶୁଣା ନାଁ ଥିଲେ ।

କିଶ୍ୱର ମର୍ଚେଣ୍ଟ ଏହା ବି କହିଥିଲେ କି କାଷ୍ଟିଂ କାଉଚ୍ର ଏହି ଏକ୍ସପିରିୟନ୍ସ ପରେ ମଧ୍ୟ ସେ ହାର୍ ମାନି ନଥିଲେ । ସେ କହିଥିଲେ, ମୋର ଫୋକସ ନିଜର କାମ ଉପରେ ଥିଲା । ମୁଁ ଟିଭି ଆଡ଼କୁ ବେଶୀ ପସନ୍ଦ ରଖିଥିଲି । ମୋତେ ବହୁତ ଭଲ କାମ ସବୁ ମିଳି ଚାଲିଲା । ଆଜି ମୋର କ୍ୟାରିୟର ଯେମିତି, ଏହାକୁ ନେଇ ମୁଁ ବହୁତ ଖୁସି ।

ସୂଚନାଯୋଗ୍ଯ, କିଶ୍ବର ୪୦ ବର୍ଷ ବୟସରେ ପ୍ରେଗନାଣ୍ଟ ହୋଇଥିଲେ। ଏହାକୁ ନେଇ ସେ ମଧ୍ୟ ବହୁତ ଖୁସି ରହିଛନ୍ତି। ଏବେ ସେ ଘରେ ନିଜ ପିଲା ସହିତ ଖୁସି ଅଛନ୍ତି। ବହୁତ ଜଲଦି ସେ ଇଣ୍ଡଷ୍ଟ୍ରୀକୁ ଫେରିବେ ବୋଲି କହିଛନ୍ତି।